Latest Odisha News

BREAKING NEWS

ପିଏଫଆଇ ସଦସ୍ୟ ଗିରଫ: ଦିଲ୍ଲୀ ହିଂସାର ଯୋଜନା ପୂର୍ବରୁ କରାଯାଇଥିଲା

ନୂଆଦିଲ୍ଲୀ: ସିଏଏକୁ ବିରୋଧ କରିବା ବାହାନାରେ ଦିଲ୍ଲୀ ହିଂସାର ଯୋଜନା ବହୁ ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା ବୋଲି ଧୀରେ ଧୀରେ ରିପୋର୍ଟ ସାମ୍ନାକୁ ଆସୁଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ସୋମବାର ପିଏଫଆଇ ମହମ୍ମଦ ଦୀନେଶଙ୍କୁ ଗିରଫ କରିଛି । ରବିବାର ଆଇଏସ ସହି ଜଡିତ ଏକ ଦମ୍ପତି ମଧ୍ୟ ଗିରଫ ହୋଇଥିଲେ ।

ଭାରତର ଗୋଇନ୍ଦା ସଂସ୍ଥା ଏହି ଷଡଯନ୍ତ୍ରର ଯେତେ ଭିତରକୁ ପ୍ରବେଶ କରୁଛି ସେତେ ରହସ୍ୟମୟ ଘଟଣା ସାମ୍ନାକୁ ଆସୁଛି । ଧୀରେ ଧୀରେ ସନ୍ଦେହର ଦିଗ ପାକିସ୍ତାନ ଆଡକୁ ମୁହାଁଉଛି । ଦୀନେଶ ସିଏଏ ବିରୋଧରେ ଲୋକଙ୍କୁ ଭ୍ରମିତ କରାଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା କରିବା ଉଦ୍ଦେଶ୍ୟରେ ଥିଲା । କେତେକାଂଶରେ ସେ ଏଥିରେ ମଧ୍ୟ ସଫଳ ହୋଇଥିଲା ।

Leave A Reply

Your email address will not be published.