Latest Odisha News

BREAKING NEWS

ପଳାତକ ନିରବ ମୋଦିଙ୍କୁ ବଡ ଝଟକା, ବିକ୍ରି ହେବ ହେବ ଲଣ୍ଡନରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳା

ନୂଆଦିଲ୍ଲୀ: ପଳାତକ ନିରବ ମୋଦିଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ଲଣ୍ଡନରେ ତାଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ବିକ୍ରି କରିବାକୁ କୋର୍ଟ ଅନୁମୋଦନ କରିଛନ୍ତି । ନିରବ ମୋଦିଙ୍କ ଏହି ବିଳାସପୂର୍ଣ୍ଣ ବଙ୍ଗଳା ସେଣ୍ଟ୍ରାଲ ଲଣ୍ଡନର ମେରିଲେବୋନରେ ଅବସ୍ଥିତ । ଏହି ବଙ୍ଗଳାରେ ନିରବ ମୋଦି ତାଙ୍କ ପରିବାର ସହିତ ରୁହନ୍ତି ।

ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଫ୍ଲାଟର ବିକ୍ରୟ ମୂଲ୍ୟ ପ୍ରାୟ ୫୨.୫ ଲକ୍ଷ ପାଉଣ୍ଡ ଅର୍ଥାତ ପ୍ରାୟ ୫୫ କୋଟି ଟି ଟଙ୍କାରେ ବିକ୍ରୟ ହେବ ତାଠାରୁ କମ୍ ମୂଲ୍ୟରେ ବିକ୍ରି ହେବ ନାହିଁ । ଜଷ୍ଟିସ୍ ମାଷ୍ଟର ଜେମ୍ସ ବ୍ରାଇଟୱେଲ ଏହି ନିଷ୍ପତ୍ତି ଦେଇଛନ୍ତି । ହାଇକୋର୍ଟଙ୍କ ଦ୍ଵାରା ବିକ୍ରୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନିରବ ମୋଦୀଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ୨୦୧୭ ରେ ଏକ ଟ୍ରଷ୍ଟକୁ ଦିଆଯାଇଥିଲା ।

ଏହି ପରିପ୍ରେକ୍ଷୀରେ, ଇଡିରେ ହାଜର ହୋଇଥିବା ବାରିଷ୍ଟର ହରିଶ ସାଲଭେ କୋର୍ଟଙ୍କୁ କହିଛନ୍ତି ଯେ ହିତାଧିକାରୀ (ଭାରତ ସରକାର) ଙ୍କ ସ୍ବାର୍ଥର ସୁରକ୍ଷାକୁ ଦୃଷ୍ଟିରେ ରଖି ଫ୍ଲାଟ୍ ବିକ୍ରିରେ ସେ ରାଜି ହୋଇଛନ୍ତି । ଇଡି କହିଛି ଯେ ଯେ, ଏହି ଫ୍ଲାଟ୍ ବିକ୍ରୟରୁ ପ୍ରାପ୍ତ ହେବାକୁ ଥିବା ଅର୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଋଣ ପରିଶୋଧ କରାଯିବ, କାରଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବ୍ୟାପକ ଠକେଇର ଆୟରୁ ଏହି ଟ୍ରଷ୍ଟ ସମ୍ପତ୍ତି କ୍ରୟ କରାଯାଇଛି ।

ପିଏନବି ସ୍କାମର ମାଷ୍ଟରମାଇଣ୍ଡ ନିରବ ମୋଦି ୨୦୧୮ ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୪ ହଜାର କୋଟି ଟଙ୍କା ରୁଣ ନେଇଥିଲେ । ସେ ବ୍ୟାଙ୍କକୁ ଟଙ୍କା ନ ସୁଝି ବ୍ରିଟେନକୁ ପଳାଇଥିଲେ । ଏହା ପରେ ପିଏନବି ନିରବ ମୋଦୀଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ କରିଥିଲା ।

Leave A Reply

Your email address will not be published.