Latest Odisha News

BREAKING NEWS

ଲଣ୍ଡନ କୋର୍ଟରେ ନୀରବ ମୋଦୀଙ୍କୁ ମିଳିଲାନି ଜାମିନ୍

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ନେଇ ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ତଥା ପଳାତକ ନୀରବ ମୋଦିଙ୍କ ଜାମିନ୍ ଆବେଦନକୁ ପୁଣିଥରେ ଖାରଜ କରିଛନ୍ତି ଲଣ୍ଡନ କୋର୍ଟ।

ଏହି ପରିପ୍ରେକ୍ଷୀରେ ଜଷ୍ଟିସ ଇନଗ୍ରିଡ ସିମଲର କହିଛନ୍ତି, ନୀରବଙ୍କୁ ଜାମିନ ମିଳିବା ପରେ ଆବଶ୍ୟକସ୍ଥଳେ ସେ ପୁଣିଥରେ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ନେଇ ବିଶ୍ୱାସ ହେଉନାହିଁ ।

ନୀରବ ପୂର୍ବରୁ ପ୍ରାୟ ୩ଥର ହେବ ଜାମିନ ଆବେଦନ କରିଥିବାବେଳେ ସବୁଥର ପରି ଏଥରବି ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ଗତ ମାର୍ଚ୍ଚ ୧୯ ତାରିଖରେ ନୀରବ ବ୍ରିଟେନ୍ ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ଦିନ କାଟୁଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ନୀରବ ଓ ତାଙ୍କ ମାମୁଁ ମେହୁଲ ଚୋକସି ପିଏନବିରୁ ପ୍ରାୟ ୧୩ ହଜାର କୋଟି ଟଙ୍କା ଋଣ ନେବା ସହ ପରିଶୋଧ କରିନଥିଲେ । ପରବର୍ତ୍ତୀ ସମୟରେ ଗତବର୍ଷ ଜାନୁଆରୀ ମାସରେ ସିବିଆଇ ଦ୍ୱାରା ପିଏନବି ଘୋଟାଲାର ତଦନ୍ତ ଆରମ୍ଭ ହେବା ପରେ ଦୁହେଁ ଭାରତ ଛାଡି ଫେରାର ହୋଇଯାଇଥିଲେ ।

Leave A Reply

Your email address will not be published.