Latest Odisha News

BREAKING NEWS

ବ୍ରିଟେନରେ ଠାବ ହେଲା ଓମିକ୍ରନର ନୂଆ ଭାରିଆଣ୍ଟ

ବ୍ରିଟେନ୍ : ବ୍ରିଟେନରେ ଠାବ ହୋଇଛି ଓମିକ୍ରନର ନୂଆ ଭାରିଆଣ୍ଟ । ଏହାକୁ ନେଇ ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ଏଜେନ୍ସି ପକ୍ଷରୁ ଚିନ୍ତା ପ୍ରକଟ ହୋଇଛି । ଏହି ନୂଆ ଭାରିଆଣ୍ଟର ନାଁ BA.2 ରଖାଯାଇଛି । ଏହି ନୂଆ ଭୂତାଣୁ ସମ୍ପର୍କରେ ଗବେଷଣା ଜାରି ରହିଛି ଏବଂ ଏହାକୁ ଭାରିଆଣ୍ଟ ଅଫ କନସର୍ଣ୍ଣ ତାଲିକାରେ ରଖାଯାଇଛି । BA.2 ଦ୍ବାରା ସଂକ୍ରମିତ ୪୨୬ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ବ୍ରିଟେନରେ ବର୍ତ୍ତମାନ ଓମିକ୍ରନ BA.1 କାୟା ମେଲାଇ ଥିବା ବେଳେ, BA.2କୁ ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି ।

BjdElectrycity

ଏହି ନୂଆ ଭାରିଆଣ୍ଟର ସବିଶେଷ ପ୍ରଭାବ ନେଇ ଗବେଷଣା ଜାରି ରହିଛି ବୋଲି କହିଛନ୍ତି ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ଏଜେନ୍ସିର ନିର୍ଦ୍ଦେଶକ ଡାକ୍ତର ମୀରା ଚାନ୍ଦ । ଏହି ଭାରିଆଣ୍ଟ ନେଇ ଜେନୋମିକ ସର୍ଭେଲାନ୍ସ ଜାରି ରହିଛି । ତେବେ ବ୍ରିଟେନରେ ଏହାର ପ୍ରଭାବ ଯେପରି ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି । ବ୍ରିଟେନର ସଂକ୍ରମଣ ପ୍ରତିଦିନ ୧ ଲକ୍ଷରୁ ଅଧିକ ହେଉଥିବା ବେଳେ ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଓମିକ୍ରନ ସଂକ୍ରମିତଙ୍କ ଅବସ୍ଥା ବିଶେଷ ଗୁରୁତର ହେଉ ନଥିବାରୁ ପରବର୍ତ୍ତୀ ଭାରିଆଣ୍ଟ ଗୁଡିକ ଶକ୍ତିଶାଳୀ ନ ହୋଇପାରନ୍ତି ବୋଲି ଆଶା କରାଯାଉଛି ।

Comments are closed, but trackbacks and pingbacks are open.