Latest Odisha News

BREAKING NEWS

ଆଖିରୁ ଜଣାପଡିବ କେବେ ହେବ ମୃତ୍ୟୁ !

ଭୁବନେଶ୍ୱର: ମଣିଷର ଆଖି ବହୁତ କିଛି କହିଥାଏ । ଏବେ ଏହାକୁ ଦେଖି ମଣିଷର ମୃତ୍ୟୁ କେବେ ହେବ ତାହା ଆକଳନ କରାଯାଇ ପାରିବ ବୋଲି ଜଣାପଡିଛି । ଇଂଲଣ୍ଡର ଏକ ବୈଜ୍ଞାନିକ ଏ ଭଳି ଏକ ଗବେଷଣା କରିଛନ୍ତି ଯେ, ଆଖିର ରେଟିନାକୁ ଦେଖି ମୃତ୍ୟୁର ପ୍ରକୃତ ସମୟ ଜଣାଯାଇ ପାରିବ । ସ୍ୱାସ୍ଥ୍ୟ ଅବସ୍ଥା ଆକଳନ କରାଯାଇ ଏବଂ ଏଲଗୋରିଦମ ଫର୍ମୁଲା ପକାଇ ସେମାନେ ଏହି ଡାଟା ପ୍ରସ୍ତୁତ କରିଛନ୍ତି । ୩ ବର୍ଷ ମଧ୍ୟରେ ୪୭ ହଜାର ଲୋକଙ୍କ ଉପରେ ଏହି ପରୀକ୍ଷଣ କରାଯାଇଛି ।

BjdElectrycity

୧୮୭୧ ଲୋକଙ୍କ ମୃତ୍ୟୁ ସେମାନେ ଘୋଷଣା କରିଥିବା ସମୟ ମଧ୍ୟରେ ହୋଇଛି । ତେବେ ଏ ନେଇ ମେଡିକାଲ ସାଇନ୍ସ ପକ୍ଷରୁ କୌଣସି ତଥ୍ୟ ଜାରୀ କରାଯାଇ ନାହିଁ । ପ୍ରତ୍ୟେକ ମଣିଷ ଶରୀର ଭିନ୍ନ । ଏହାକୁ ନେଇ ଆଗୁଆ ଆକଳନ କରିବା ଏତେଟା ସହଜ ନୁହେଁ ବୋଲି ଜଣେ ଡାକ୍ତର କହିଛନ୍ତି । ତେବେ ଶାରୀରିକ ସ୍ୱାସ୍ଥ୍ୟ ପରୀକ୍ଷଣ ପରେ କିଛି ମାତ୍ରାରେ ପୂର୍ବାନୁମାନ କରାଯିବ ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.