ଟୋକିଓ: ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ଚଳିତ ଟୋକିଓ ଅଲିମ୍ପିକ୍ସର ମହିଳା ୩ ମିଟର ସ୍ପ୍ରିଙ୍ଗବୋର୍ଡ ଫାଇନାଲରେ ଦର୍ଶକଙ୍କ ଗହଣରେ ବସିଥିଲେ ଅଲିମ୍ପିକ ଚାମ୍ପିୟନ ଡାଇଭର ଟମ ଡେଲେ । ସେ ସେଠାରେ ମୁକାବିଲାକୁ ଉପଭୋଗ କରିବା ସହ ସ୍ୱେଟର ବୁଣୁଥିଲେ । ଏହି ଫଟୋ ଯେତେବେଳେ ସୋସିଆଲ ସାଇଟକୁ ଆସିଲା ତାହା ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଲା ।
ସୂଚନାଯୋଗ୍ୟ, ସିଙ୍କୋନାଇଜ ପ୍ଲାଟଫର୍ମ ଡାଇଭିଂରେ ମ୍ୟାଟ ଲିଙ୍କ ସହ ମିଶି ସେ ବ୍ରିଟେନ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନିଜ ମେଡାଲକୁ ରଖିବା ପାଇଁ ସେ ଏକ ଡିଜାଇନ ପ୍ରସ୍ତୁତ କରୁଥିଲେ ବୋଲି କହିଛନ୍ତି । ୨୦୧୨ ଲଣ୍ଡନ ଗେମ୍ସ ଏବଂ ୨୦୧୬ ରିଓରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ଆମେରିକାର ଓସ୍କାର ବିଜେତା ଡାଇରେକ୍ଟର ଡଷ୍ଟିନ ଲାନ୍ସ ବ୍ଲାକଙ୍କୁ ୨୦୧୭ରେ ବିବାହ କରିଥିଲେ ।
Comments are closed.