Latest Odisha News

BREAKING NEWS

ପୂର୍ବତନ ବିଧାୟକ ଅରୁଣ ଦେଙ୍କ ପରଲୋକ

ବାଲେଶ୍ବର : ବାଲେଶ୍ବରର ପୂର୍ବତନ ବିଧାୟକ ଅରୁଣ ଦେଙ୍କ ପରଲୋକ । ଭୁବନେଶ୍ବର ଆମ୍ରି ହସ୍ପିଟାଲରେ ଆଜି ସଂଧ୍ୟାରେ ତାଙ୍କର ପରଲୋକ ହୋଇଛି । ଏ ନେଇ ଆମ୍ରି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା ।

ବାଲେଶ୍ବରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅରୁଣ ଦେ । ତିନି ଥର ସିପିଆଇରୁ, ଥରେ ଓଜିପିରୁ ଓ ଥରେ ସ୍ବାଧୀନ ଭାବେ ବିଧାୟକ ହୋଇଥିଲେ ଅରୁଣ ଦେ । ୧୯୪୬ ମସିହା ଏପ୍ରିଲ ୩୦ ତାରିଖରେ ବାଲେଶ୍ବର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ସ୍ବର୍ଗତ ଅରୁଣ ଦେ ।

୧୯୭୪, ୧୯୮୦ ଓ ୧୯୯୦ରେ ସେ ତିନିଥର ସିପିଆଇରୁ ପ୍ରତିନିଧିତ୍ବ କରି ବିଧାୟକ ହୋଇଥିଲେ । ୧୯୯୫ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ଏହାପରେ ୨୦୦୪ରେ ଓଜିପିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ରେ ସେ ଓଡିଶା ଗଣ ପରିଷଦରୁ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ଠାରୁ ହାରିଯାଇଥିଲେ । ୨୦୧୪ରେ ସେ ବିଜେଡିରେ ଯୋଗ ଦେଇଥିଲେ । କିନ୍ତୁ ଟିକେଟ ନପାଇବାରୁ ବିଜେଡି ଛାଡି କଂଗ୍ରେସ ପ୍ରାର୍ଥୀ ଭାବେ ବାଲେଶ୍ବର ବିଧାନସଭା ଆସନରୁ ଲଢିଥିଲେ । ହେଲେ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସଙ୍କ ଠାରୁ ପରାଜିତ ହୋଇଥିଲେ ।

Leave A Reply

Your email address will not be published.