Latest Odisha News

BREAKING NEWS

କରୋନା ଭାଇରସ କବଳରେ ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଚୀନ ଠାରୁ ଆରମ୍ଭ କରି ଦୁନିଆର ୧୦୦ରୁ ଅଧିକ ଦେଶ କରୋନା ଭାଇରସ କବଳରେ ଅଛନ୍ତି । ସାରା ବିଶ୍ୱରେ କରୋନା ଯୋଗୁଁ ୪ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରୀ ନଦୀନ ଡାରିସ ମଧ୍ୟ କରୋନାରୁ ବର୍ତ୍ତି ନାହାଁନ୍ତି । ସମାଚାର ଏଜେନ୍ସି ପିଟିଆଇ ମୁତାବକ, ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନିଜେ ସ୍ପଷ୍ଟ କରିଛନ୍ତି । ତାଙ୍କ ରକ୍ତ ନମୂନା ପଜିଟିଭ ଆସିଥିବା କହିଛନ୍ତି । ସେ ନିଜକୁ ଆଇସୋଲେସନରେ ରଖିଛନ୍ତି । ବ୍ରିଟେନରେ ଏପର୍ଯ୍ୟନ୍ତ ୬ଜଣଙ୍କ ଜୀବନ ନେଲା କରୋନା ଭାଇରସ ।

ସୂଚନାଯୋଗ୍ୟ, ସାରା ଦୁନିଆରେ ୧ଲକ୍ଷ ୧୦ ହଜାର ଲୋକ ଏଥିରେ ସଂକ୍ରମିତ ଅଛନ୍ତି । ମହାମାରୀ ରୂପ ଧାରଣ କରିଥିବା କରୋନା ଭାଇରସ ଚୀନରେ ୩୧୫୮ଜଣଙ୍କ ଜୀବନ ନେଇସାରିଛି । ଚୀନ ପରେ ଇଟାଲୀରେ କରୋନା ଜନିତ ସର୍ବାଧିକ ମୃତ୍ୟୁ । ଇଟାଲୀର ୬୩୧ ଜଣଙ୍କ ମୃତ୍ୟୁ ହେଲାଣି ।

Leave A Reply

Your email address will not be published.