Latest Odisha News

BREAKING NEWS

ସ୍ଥଗିତ ହେଲା ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ: ଦେଶର କରୋନା ସ୍ଥିତି ଉଦ୍‌ଗେଜନକ ହେବାପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତ ଗସ୍ତକୁ ସ୍ଥଗିତ ରଖିଛନ୍ତି। ଭାରତ ବର୍ତ୍ତମାନ ଦ୍ୱିତୀୟ ଏବଂ ଘାତକ କରୋନାଭାଇରସ୍ ତରଙ୍ଗକୁ ସାମ୍‌ନା କରୁଛି। ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏପ୍ରିଲ ଶେଷରେ ଭାରତ ଗସ୍ତ କରିବାର ଥିଲା କିନ୍ତୁ ଦେଶର ବର୍ତ୍ତମାନର କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ସେ ତାଙ୍କର ଗସ୍ତକୁ ସ୍ଥଗିତ ରଖିଛନ୍ତି।

ଭାରତରେ କରୋନାଭାଇରସ୍ ମହାମାରୀର ସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ଦେଶ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ବ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।

ଏମଆଇଏ କହିଛି ଯେ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାରସ୍ପରିକ ଚୁକ୍ତିନାମା ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି ଯେ ବ୍ରିଟେନର ପ୍ରଧାନମନ୍ତ୍ରୀ ଆସନ୍ତା ସପ୍ତାହରେ ଭାରତ ଆସିବେ ନାହିଁ। ତେବେ ଭାରତ-ବ୍ରିଟେନ ମଧ୍ୟରେ ଆସନ୍ତା ଦିନରେ ଦୁଇ ପକ୍ଷ ଏକ ଭର୍ଚୁଆଲ୍ ବୈଠକ କରିବେ ବୋଲି ମନ୍ତ୍ରଣାଳୟ କହିଛି।

Comments are closed.