Latest Odisha News

BREAKING NEWS

ରାଜ୍ୟରେ ଆଜି ୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା 

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଇଛି କରୋନା । ଦ୍ରୁତ ଗତିରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

କରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ମଧ୍ୟରୁ ଝାରସୁଗୁଡ଼ା ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ ପୁରୁଷ, କେନ୍ଦୁଝର ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କ ପୁରୁଷ ଅଛନ୍ତି । ଅନ୍ୟପଟେ ଦୁଇଜଣ ସୁନ୍ଦରଗଡ଼ ଜିଲ୍ଲାର ଅଛନ୍ତି । ଏମାନଙ୍କ ଭିତରୁ ଜଣେ ୫୩ ବର୍ଷ ବୟସ୍କ ପୁରୁଷ ଓ ଆରଜଣକ ୫୦ ବର୍ଷୀୟା ମହିଳା ଥିବା ଜଣାପଡିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪୪୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନ୍ରୁ ୨୫୭୪ ଓ ଲୋକାଲ କେସ୍ ୧୮୭୧ ରହିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୭୨ହଜାର ୭୦୩ରେ ପହଞ୍ଚିଛି । ସେଥିମଧ୍ୟରୁ ୩ ଲକ୍ଷ ୪୬ହଜାର ୧୩୪ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୨୪ ହଜାର ୫୬୮ଜଣ ସଂକ୍ରମିତ ।

Leave A Reply

Your email address will not be published.