Latest Odisha News

BREAKING NEWS

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନକ; ସାମ୍ବାଦିକଙ୍କୁ ଚା’ ପିଆଇ ଚର୍ଚ୍ଚାରେ ପତ୍ନୀ ଅକ୍ସତା ମୂର୍ତ୍ତି

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନକ । ସମର୍ଥନ ଜୁଟାଇବାରେ ସେ ଲାଗିପଡ଼ିଛନ୍ତି । ଏକା ସାଙ୍ଗେ କନଜରଭେଟିଭ ଦଳର ମୁଖ୍ୟ ଏବଂ ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏ ସକାଶେ ବିଭିନ୍ନ ନେତାଙ୍କୁ ଭେଟିବା ସହ ବିଭିନ୍ନ ମହଲର ସହଯୋଗଡ଼ ଲୋଡୁଛନ୍ତି ଋଷି ।

ଏହି ବେଳାରେ ତାଙ୍କ ପତ୍ନୀ ଅକ୍ସତା ମୂର୍ତ୍ତି ଭିନ୍ନ ଅଭିଜ୍ଞତା ପାଉଛନ୍ତି । ଋଷିଙ୍କ ପତ୍ନୀ ତଥା ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀଙ୍କ ଝିଅ ଅକ୍ସତା ତାଙ୍କର ଏକ ସରଳ ସ୍ୱଭାବ ପାଇଁ ଉଭୟ ପ୍ରଶଂସା ଏବଂ ସମାଲୋଚନା ପାଇଛନ୍ତି ।

ବୁଧବାର ଋଷି ପ୍ରତିକ୍ରିୟା ପାଇଁ ତାଙ୍କ ଘର ଆଗରେ ଇଂଲଣ୍ଡର ସାମ୍ବାଦିକ ମାନେ ଅପେକ୍ଷା କରିଥିଲେ । ଲମ୍ବା ସମୟ ଅପେକ୍ଷା କରିଥିବା ଦେଖି ଋଷିଙ୍କ ପତ୍ନୀ ଅକ୍ସତା ସାମ୍ବାଦିକ ମାନଙ୍କ ଲାଗି ଚା’, କଫି ଏବଂ କିଛି ବିସ୍କୁଟ ଧରି ଆସିଥିଲେ । ସଙ୍ଗେସଙ୍ଗେ ପ୍ଲେଟ ରଖି ଚାଲିଯାଇଥିଲେ ।

ସାମ୍ବାଦିକମାନେ ତାଙ୍କ ସରଳତାକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ । ତେବେ ଅନ୍ୟପଟରେ ଏଥିପାଇଁ କଡ଼ା ସମାେଲାଚନା ଶିକାର ହୋଇଛନ୍ତି ।

ଅକ୍ସତା ଦେଇଥିବା ଚା’ କପ୍ ପାଇଁ ତାଙ୍କୁ ନେଟିଜେନ୍ ସମାେଲାଚନା କରିଛନ୍ତି । ନେଟିଜେନ୍ ଲେଖିଛନ୍ତି ଯେ, ଅକ୍ସତାଙ୍କ ଚା’ କପ୍ ର ମୂଲ୍ୟ ୩୮ ପାଉଣ୍ଡ(୩.୬୦୦ଟଙ୍କା) । ଏତିକି ଖର୍ଚ୍ଚରେ ଗୋଟିଏ ପରିବାର ଦୁଇ ଦିନ ଖାଦ୍ୟ ଖାଇପାରିବେ ।

ଆଉ ଜଣେ ସାମ୍ବାଦିକ ଚା’ ବିସ୍କୁଟ ଦେଇଥିବା ପାଇଁ ଫଟୋ ପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି । ଅନ୍ୟ ଜଣେ ନେଟିଜେନ୍ ଲେଖିଛନ୍ତି, ଅକ୍ସତା ବୋରିସ୍ ଜନସନଙ୍କୁ ନକଲ କରୁନାହାନ୍ତି ତ! ଯେମିତି ସେ ବି ସାଧାରଣ ଲୋକ ଭଳି ସାମ୍ବାଦିକଙ୍କ ପାଇଁ ଚା’ ବିସ୍କୁଟ ନେଇଆସିଥିଲେ ।

Leave A Reply

Your email address will not be published.