Latest Odisha News

BREAKING NEWS

କମଳା ହାରିସ ଏବଂ ଋଷି ସୁନକଙ୍କ ପରେ ଆଉ ଜଣେ ଭାରତୀୟ ମୂଳ ରାଜନେତା: ସମ୍ଭାଳିବେ ସିଙ୍ଗାପୁର ରାଷ୍ଟ୍ରପତି ପଦ

ନୂଆଦିଲ୍ଲୀ: ସିଙ୍ଗପୁର ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି ଥର୍ମନ ଷଣମୁଗରତ୍ନମ  । ଥର୍ମନ ଷଣମୁଗରତ୍ନମଙ୍କର ଏହି ବିଜୟ  ଭାରତ ପାଇଁ ଏକ ଖୁସିର ଖବର । କାରଣ ଥର୍ମନ ଷଣମୁଗରତ୍ନମ  ମଧ୍ୟ ମୂଳ ଭାରତୀୟ । କମଲା ହାରିସ, ଋଷି ସୁନକଙ୍କ ପରେ ସେ ହେଉଛନ୍ତି ତୃତୀୟ ଭାରତୀ ବଂଶୋଦ୍ଭବ ଯାହାଙ୍କର ବିଶ୍ୱ ରାଜନୀତିରେ ଦବଦବା ରହିଛି ।

ଶୁକ୍ରବାର ହୋଇଥିବା ନିର୍ବାଚନରେ ଥର୍ମନ ଷଣମୁଗରତ୍ନମଙ୍କୁ ୭୦.୪ ପ୍ରତିଶତ ଭୋଟ ମିଳିଛି । ପ୍ରଧାନମନ୍ତ୍ରୀ ଲି ସୀନ ଲୁଙ୍ଗ ଶନିବାର ଥର୍ମନଙ୍କୁ ବଧେଇ ଦେଇ କହିଚନ୍ତି, ସିଙ୍ଗାପୁରରେ ଜନତା ଏକ ନିର୍ଣ୍ଣାୟକ ବ୍ୟବଧାନରେ ଥର୍ମନଙ୍କୁ ଭୋଟ ଦେଇ ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛନ୍ତି ।

ଥର୍ମନ ଭାରତୀୟ ମୂଳ ସେହି ନେତାଙ୍କ ମଧ୍ୟରେ ଜଣେ  ଯିଏ ବିଶ୍ୱସ୍ତରୀୟ ରାଜନୀତିର ଉଚ୍ଚତମ ସ୍ତରରେ ପହଁଞ୍ଚି ପାରିଛନ୍ତି । ଆମେିରକାରେ ଭାରତୀୟ-ଆମେରିକା ସମୁଦାୟରେ ପ୍ରଭାବ ବିସ୍ତାର କରିଥିବା କମଳା ହାରସିଙ୍କ ସଫଳତାକୁ ବିଶ୍ୱ ଦେଖିଛି । ସିଏ ଦେଶର ପ୍ରଥମ ମହିଳା ଉପରରାଷ୍ଟ୍ରପତି ଯିଏ ଉପରାଷ୍ଟ୍ରପତି ହୋଇ ପାରିଛନ୍ତି । ସେ ୨୦୧୭ରୁ ୨୦୨୧  ପର୍ଯ୍ୟନ୍ତ ସେ କାଲିଫର୍ଣ୍ଣିଆର ସାଂସଦ ବି ଥିଲେ । ତା ପୂର୍ବରୁ ଅର୍ଥାତ ୨୦୧୧ରୁ ୨୦୧୭ ପର୍ଯ୍ୟନ୍ତ ସେ କାଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ଭାବେ ଦାୟିତ୍ୱ ତୁଲାଇଥିଲେ । କମଲାଙ୍କ ମା ଭାରତୀୟ ଏବଂ ବାପା ଜାମାଇକା ମୂଳ ବାସିନ୍ଦା ।

ସେହିପରି ଋଷି ସୁନକ ଯିଏ ଗତ ବର୍ଷ ବ୍ରିଟେନର ପ୍ରଥମ ଭାରତୀୟ ମୂଳ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ୨୧୦ ବର୍ଷ ମଧ୍ୟରେ ସେ ଇତିହାସରେ ସବୁଠାରୁ କମ ବୟସର ବ୍ରିଟିଶ ପ୍ରଧାନମନ୍ତ୍ରୀ । ସେ ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ମଧ୍ୟ ଅଟନ୍ତି । ସେହିପରି ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଲିୟୋ ବରାଡକର ମଧ୍ୟ ମୂଳ ଭାରତୀୟ ଅଟନ୍ତି ।

Leave A Reply

Your email address will not be published.