Latest Odisha News

ବ୍ରିଟେନରେ ତାଣ୍ଡବ ରଚୁଛି କରୋନା: ଦିନକରେ ୯୩ ହଜାର ସଂକ୍ରମିତ

ଲଣ୍ଡନ: ବ୍ରିଟେନରେ ଦ୍ରୁତ ମାଡୁଛି କରୋନା । ରେକର୍ଡ ଭାଙ୍ଗୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୯୩ହଜାର ୪୫ କେସ୍ ବାହାରିଛି । ଯାହାକି ଲଗାତାର ତୃତୀୟ ଦିନରେ ରେକର୍ଡ । ଲଣ୍ଡନରେ ଓମିକ୍ରନ୍ ଓ ସ୍କଟଲାଣ୍ଡରେ ଡେଲଟା ମାଡୁଛି । ବର୍ତ୍ତମାନ ସୁଦ୍ଧା ବ୍ରିଟେନରୁ ଚିହ୍ନଟ ହୋଇଛି ୧୪ହଜାର ୯୦୯ ଓମିକ୍ରନ୍ କେସ୍ ।

ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସୀ କହିଛି, ଇଂଲଣ୍ଡରେ ଓମିକ୍ରନ୍ ମାମଲା ବ୍ୟାପୁଛି । କରୋନା ନେଇଛି ୧୧୧ ଜଣଙ୍କର ମୃତ୍ୟୁ । ରିପୋର୍ଟ ଅନୁସାରେ, ପ୍ରତି ୧୦ ଜଣ ସଂକ୍ରମିତ ୧୦ରୁ ୧୨ ଜଣଙ୍କୁ ସଂକ୍ରମିତ କରୁଛନ୍ତି । ଡେଲଟା ତୁଳନାରେ ଦ୍ରୁତ ମାଡୁଛି ଓମିକ୍ରନ୍ । ତେବେ ଓମିକ୍ରନ୍ ବିପକ୍ଷରେ କେତେ ପ୍ରଭାବୀ ଟିକା ତାହା ଏଯାଏ ଜଣା ପଡିନି ।

Comments are closed.