Latest Odisha News

କରୋନା ମୃତ୍ୟୁରେ ସୁନାମୀ ଆଣିବ ଓମିକ୍ରନ, ଚେତେଇଲେ ହ୍ୱାଇଟ୍ ହାଉସ୍ କୋଭିଡ୍ ଚିଫ୍

ଓ୍ୱାଂଶିଟନ୍: ଓମିକ୍ରମ୍ ଆଣିପାରେ ବଡ଼ ଧରଣର ବିପତ୍ତି । ମହାମାରୀ ମୁକାବିଲାରେ ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ କରୋନାର ନୂଆ ଷ୍ଟ୍ରେନ୍ । ଶୀତ ଋତୁରେ ସାରା ବିଶ୍ୱ ଆଉ ଏକ ବଡ଼ ବିପଦର ସାମନା କରିବାକୁ ଯାଉଛି । ଆମେରିକାର ମହାମାରୀ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫୌସୀ ଚିନ୍ତାଜନକ ଆଶଙ୍କା କରିଛନ୍ତି । ସେ କହିଛନ୍ତି, ଓମିକ୍ରନ୍ ବହୁ ଅତିରିକ୍ତ ସମସ୍ୟା ସୃଷ୍ଟିର କାରକ ହେବ ।

ଓମିକ୍ରନ୍ ଦ୍ରୁତ ସଂକ୍ରାମକ । ଖୁବ କମ୍ ଦିନରେ ବ୍ୟାପକ ଭବାରେ ବ୍ୟାପୁଛି । ଅଧିକ ସଂକ୍ରମିତ ହେଲେ ହସ୍ପଟାଲରେ ଅଧିକ ଲୋକ ଭର୍ତ୍ତି ହେବେ । ଶୀତ ଋତୁରେ ଅଧିକ ସଂକ୍ରମିତ ହେବେ । ବିଶେଷ କରି ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କ ପାଇଁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ଓମିକ୍ରନ୍ । ଏହି କାରଣରୁ ମୃତ୍ୟୁସଂଖ୍ୟା ଅହେତୁକ ବଢ଼ିବା ଆଶଙ୍କା ଥିବା ଆନ୍ଥୋନୀ ଫୌସୀ କହିଛନ୍ତି ।

ରିପୋର୍ଟ କହୁଛି, କରୋନା ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ଗତ ମାସ ଅପେକ୍ଷା ୪୫ ପ୍ରତିଶତ ବଢିଛି । ଆଗକୁ ଅଧିକ ସଂକ୍ରମଣ ଆଶଙ୍କା ଥିବାରୁ ହସ୍ପିଟାଲରେ ସୃଷ୍ଟି ହୋଇପାରେ ହାହାକାର ପରିସ୍ଥିତ ।

ଡେଲଟା ଭାରିଆଣ୍ଟ ବିଭିନ୍ନ ଦେଶରେ ତାଣ୍ଡବ ରଚିଥିବା ବେଳେ ଓମିକ୍ରନ କାୟା ମେଲାଇବା ସାରା ବିଶ୍ୱ ପାଇଁ ନୂଆ ଚ୍ୟାଲେଞ୍ଜ । ପିଲାଙ୍କ ପାଇଁ ଏଯାଏ ଟିକା ଆସି ନଥିବା ବେଳେ ଆଗକୁ ଓମିକ୍ରନ୍ ଜନିତ ସଂକ୍ରମଣ ବଢ଼ିଲେ ସାଂଘାତିକ ହେବ ।

Leave A Reply

Your email address will not be published.