Latest Odisha News

BREAKING NEWS

ଆପଣ ଜାଣନ୍ତି କି ବ୍ରିଟିଶ୍‌ ରୟାଲ୍‌ ଫ୍ୟାମିଲିରେ ଚାକିରି କରୁଥିବା ଗୃହରକ୍ଷୀଙ୍କ ଦରମା କେତେ? ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ: ବ୍ରିଟିଶ ରୟାଲ ଫ୍ୟାମିଲି ଜଣେ ଦକ୍ଷ ଏବଂ କୁଶଳୀ ଗୃହରକ୍ଷୀ ଖୋଜୁଛନ୍ତି। ଯଦି ଆପଣ ତାଙ୍କ ଦରମା ବିଷୟରେ ଜାଣନ୍ତି ତାହା‌ଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ।

ଦି ରୟାଲ ହାଉସଫୁଲର ଅଫିସିଆଲ ୱେବସାଇଟରେ ଏହି ପୋଷ୍ଟ ବାହାର କରାଯାଇଛି। ପଦ ଅନୁଯାୟୀ, ଏହା ହେଉଛି ଏକ ଲେଭଲ୍ ୨ ଆପ୍ରେଣ୍ଟିସିପ୍ କାମ। ମନୋନୀତ ପ୍ରାର୍ଥୀଙ୍କୁ ୱିଣ୍ଡସର ଦୁର୍ଗରେ ନିଯୁକ୍ତି ଦିଆଯିବ।

ଏହା ଏକ ଲେଭଲ୍‌ ୨ ଆପ୍ରେଣ୍ଟିସିପ୍ କାର୍ଯ୍ୟ ହୋଇଥିବାରୁ ମନୋନୀତ ପ୍ରାର୍ଥୀଙ୍କୁ ବ୍ରିଟେନର ୱିଣ୍ଡସର୍ ଦୁର୍ଗରେ ରହିବାକୁ ପଡିବ। ଏହି ପଦରେ ନିଯୁକ୍ତ କର୍ମଚାରୀଙ୍କୁ ସପ୍ତାହରେ ପାଞ୍ଚ ଦିନ କାମ କରିବାକୁ ପଡ଼ିବ ଏବଂ ଦୁଇ ଦିନ ଛୁଟି ମିଳିବ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଚାକିରୀ କରୁଥିବା ବ୍ୟକ୍ତି ପ୍ରାରମ୍ଭିକ ବେତନ ଭାବରେ ପ୍ରାୟ ୧୮.୫ ଲକ୍ଷ ଟଙ୍କା ପାଇବେ। ଏହା ବ୍ୟତୀତ ପ୍ୟାଲେସ ଦ୍ୱାରା ସେମାନଙ୍କର ରହିବା ଏବଂ ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯିବ। କେବଳ ଏତିକି ନୁହେଁ, ଏହି ଚାକିରିରେ ଯାତ୍ରା ଉପରେ ଖର୍ଚ୍ଚ ମଧ୍ୟ ଅଲଗା ଭାବେ ଦିଆଯିବ।
ଚାକିରି ସମୟରେ ବର୍ଷରେ ୩୩ ଦିନ ଛୁଟି (ବ୍ୟାଙ୍କ ଛୁଟି ସହିତ) ମଧ୍ୟ ଅନ୍ତର୍ଭୁକ୍ତ। ପ୍ରାର୍ଥୀ ଇଂରାଜୀ ଏବଂ ଗଣିତରେ ପାରଦର୍ଶୀ ହେବା ବାଧ୍ୟତାମୂଳକ।

ମନୋନୀତ ପ୍ରାର୍ଥୀଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ପ୍ରାସାଦର ଭିତର ଅଂଶକୁ ସଫା ରଖିବା। ଚାକିରିର ଆବଶ୍ୟକତା ବର୍ଣ୍ଣନା କରି ତାଙ୍କ ପୋଷ୍ଟରେ ଲେଖାଥିଲା, “ତୁମେ ଆମର ଗୃହରକ୍ଷୀ ବୃତ୍ତିଗତ ଦଳରେ ଯୋଗଦେବ, ଯେତେବେଳେ ତୁମେ କାମ କରିବ, ତୁମେ ଭିତରର ଜିନିଷଗୁଡ଼ିକର ଯତ୍ନ ନିଶ୍ଚିତ କରିବ।”
ତେବେ ଏହି ଚାକିରି ପାଇଁ ତାଲିମ ଅବଧି ହେଉଛି ୧୩ ମାସ। ତାଲିମ ସମାପ୍ତ ହେବା ପରେ ପ୍ରାର୍ଥୀ ରାଜ ପରିବାର ଦ୍ୱାରା ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ପାଇବେ।

Leave A Reply

Your email address will not be published.