Latest Odisha News

BREAKING NEWS

ଋଷ ଉପରେ ସବୁଠୁ ବଡ଼ ଆକ୍ରମଣ, ୩୪ ଡ୍ରୋନ ମାଡ଼ କଲା ୟୁକ୍ରେନ

କିଭ୍: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଏହାରି ମଧ୍ୟରେ ଋଷ ଉପରେ ୩୪ ଡ୍ରୋନ ମାଡ଼ କରିଛି ୟୁକ୍ରେନ। ମସ୍କୋ ଉପରେ ଏହା ସବୁଠାରୁ ବଡ ଆକ୍ରମଣ ବୋଲି କୁହାଯାଉଛି। ରବିବାର ଦିନ ୟୁକ୍ରେନ ଏହି ଆକ୍ରମଣ କରିଥିବା ଜଣାପଡିଛି।

୨୦୨୨ ମସିହାରୁ ଏହି ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଏହାକୁ ରୁଷର ରାଜଧାନୀ ଉପରେ ସବୁଠାରୁ ବଡ ଡ୍ରୋନ୍ ଆକ୍ରମଣ ବୋଲି କୁହାଯାଉଛି। ଏହି କାରଣରୁ ଋଷକୁ ତିନୋଟି ପ୍ରମୁଖ ବିମାନବନ୍ଦରରୁ ବିମାନ ଉଡାଣ ଡାଇଭର୍ଟ କରିବାକୁ ପଡିଥିଲା। ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁୁହାଯାଇଛି ଯେ ବାୟୁସେନା ପକ୍ଷରୁ ରବିବାର ତିନି ଘଣ୍ଟା ମଧ୍ୟରେ ପଶ୍ଚିମ ଋଷର ଅନ୍ୟାନ୍ୟ ଅଞ୍ଚଳରେ ୩୬ ଡ୍ରୋନକୁ ନଷ୍ଟ କରିଦେଇଛି।

ମସ୍କୋ ଏବଂ ଏହାର ଆଖପାଖ ଅଞ୍ଚଳରେ ଅତି କମରେ ୨୧ ନିୟୁତ ଲୋକ ବସବାସ କରନ୍ତି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏପରି ହମଲାକୁ ଆତଙ୍କବାଦୀ ଆକ୍ରମଣ ସହ ତୁଳନା କରାଯଇଛି।ଏହାର ପରିଣାମ ୟୁକ୍ରେନକୁ ଭୋଗିବାକୁ ପଡ଼ିବ ବୋଲି ମନ୍ତ୍ରଣାଳୟ ଚେତାବନୀ ଦେଇଛି। ମସ୍କୋ ରିଜନରେ ହୋଇଥିବା ହମଲାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

 

 

Comments are closed.