Latest Odisha News

BREAKING NEWS

୧୦୦୦ରୁ ଅଧିକ ୟୁକ୍ରେନ ସେନାଙ୍କ ଆତ୍ମ ସମର୍ପଣ : ରୁଷ ରକ୍ଷା ମନ୍ତ୍ରଣାଳୟ

କୀଭ: ୟୁକ୍ରେନର ମାରିୟୁପୋଲରେ ୧୦୦୦ରୁ ଅଧିକ ସେନା ଆମ ପାଖରେ ଆତ୍ମ ସମର୍ପଣ କରିଛନ୍ତି ବୋଲି ରୁଷିଆ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ନୌସେନାର ୩୬ ମ୍ୟାରିନ ବ୍ରିଗେଡ ସମର୍ପଣ କରିବା ମାନେ ଏହି ଅଂଚଳ ସମ୍ପୂର୍ଣ୍ଣ ଭାବେ ରୁଷ ନିୟନ୍ତ୍ରଣକୁ ଆସିଯିବ । ଅପରପକ୍ଷରେ ଏ ଭଳି କିଛି ଘଟଣା ଘଟିଥିବା ନେଇ ଆମ ପାଖକୁ କୌଣସି ଖବର ଆସି ନାହିଁ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।

ରୁଷ ଯୁଦ୍ଧ ରଣନୀତି ଅନୁସାରେ ମାରିୟୋପୋଲର ମହତ୍ୱ ଅଧିକ ରହିଛି । ସୋମବାର ୟୁକ୍ରେନର ମରିନ ବ୍ରିଗେଡ ଗୋଳା ବାରୁଦ ଶେଷ ହୋଇଥିବା କଥା ଜଣାଇଥିଲେ । ଏଠାରେ ଆମେ ଆମର ଶେଷ ଲଢ଼େଇ ଲଢ଼ିବାକୁ ଯାଉଛୁ ବୋଲି ଜଣାଇଥିଲେ । ସୂଚନାଯୋଗ୍ୟ, ରୁଷ ସେନା କବଜାରେ ଏବେ ଏଠାକାର ସ୍ଥାନୀୟ ବାସିନ୍ଦା ଏକପ୍ରକାର ବନ୍ଧା ପଡିଛନ୍ତି ।

Leave A Reply

Your email address will not be published.