ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧରେ ଭାରତ ନିରପେକ୍ଷ ରହିଛି । ତେବେ ଏହା ସତ୍ୱେ ୟୁକ୍ରେନ ଏ ଭଳି କାଣ୍ଡ ରଚିଛି ଯାହାକୁ ନେଇ ସେମାନଙ୍କୁ ସମାଲୋଚିତ ହେବାକୁ ପଡିଛି । ୟୁକ୍ରେନ ଡ୍ରୋନ ମାଧ୍ୟମରେ କ୍ରିମିଆର ୧୦ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣ ଯୋଗୁ ଆକାଶ ଧୂଆଁମୟ ହୋଇ ଯାଇଥିଲା । ତେବେ ଏହି ଧୂଆଁମୟ ପରିବେଶରେ ମାଆ କାଳୀଙ୍କୁ ମର୍ଲିନ ମୁନରୋ ବେଶରେ ଚିତ୍ରିତ କରିଥିଲା ୟୁକ୍ରେନ । ଏପରିକି ଏହାର ରକ୍ଷା ମନ୍ତ୍ରୀ ସୋସିଆଲ ମିଡିଆରେ ଫଟୋ ଶେୟାର କରି ୱାର୍କ ଅଫ ଆର୍ଟ ଲେଖିଥିଲେ । ଏହି ଫଟୋକୁ ନେଇ ରୁଷ ବଦଳରେ ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।
ପରିସ୍ଥିତି ଅସମ୍ଭାଳ ହେବାରୁ ରକ୍ଷାମନ୍ତ୍ରୀ କରିଥିବା ଟୁଇଟକୁ ଡିଲିଟ କରିଥିଲେ । ଅନେକ ଭାରତୀୟ ଏହି ଫଟୋର ସ୍କ୍ରିନଶଟ ନେଇ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ଘଟଣାରେ ମୁଣ୍ଡ ପୂରାଇବା ପାଇଁ ଅନୁରୋଧ କରିଛନ୍ତି । ଏହା ପୂର୍ବରୁ ୨୦୦୮ରେ ଆମେରିକାର ପପ ଷ୍ଟାର ହିଦି କଲମ ହେଲୱିନ ପାର୍ଟିରେ ମା କାଳୀଙ୍କ ରୂପ ଧାରଣ କରିଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ରୁଷ ୨୬ ମିସାଇଲ ୟୁକ୍ରେନ ଉପରେ ମାଡ କରିବା ପରେ ଏହାର ଜବାବରେ କିଭରୁ ଏହି ଆକ୍ରମଣ କରାଯାଇଥିଲା ।
Comments are closed.