Latest Odisha News

BREAKING NEWS

‘ଡର୍ଟି ବୋମା’ ପକାଇପାରେ ୟୁକ୍ରେନ, ଆଶଙ୍କା କଲା ଋଷ

ମସ୍କୋ: ବାରମ୍ବାର ମିସାଇଲ, ବୋମା ପକାଇ ୟୁକ୍ରେନକୁ ଧ୍ବଂସ କରିବାକୁ ପ୍ରୟାସ କରୁଥିବା ଋଷ ଶେଷରେ ଏବେ ନିଜର ସ୍ଥିତିକୁ ନେଇ ବ୍ୟଥିତ ବୋଲି ଜଣାପଡିଛି। ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଋଷ ବୈଦେଶିକ ମନ୍ତ୍ରୀ ଆଶଙ୍କା କରିଛନ୍ତି ଯେ ୟୁକ୍ରେନ ମୁକାବିଲା କରିବାକୁ ଯାଇ ଋଷ ଉପରେ ‘ଡର୍ଟି’ ବୋମା ପକାଇପାରେ।

ନିକଟରେ ୟୁକ୍ରେନ କ୍ରିମିଆ ବ୍ରିଜ ଉପରେ ଆକ୍ରମଣ କରିଥିଲା। ଆଉ ଏହି ଦିନଠାରୁ ଋଷ ୟୁକ୍ରେନ ଉପରେ ନିଜର ଆଭିମୁଖ୍ୟ ଆହୁରି କୋଠର କରିଛି। କ୍ରମାଗତ ଭାବରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣରେ ୟୁକ୍ରେନ ସହରଗୁଡ଼ିକୁ ଧ୍ୱଂସ କରୁଛି। ୟୁକ୍ରେନର ତାପଜ ବିଦ୍ୟୁତ କେନ୍ଦ୍ରକୁ ଧ୍ୱଂସ କରି ଅନେକ ସହରକୁ ଅନ୍ଧକାରରେ ରଖିବାକୁ ପ୍ରୟାସ କରୁଛି ଋଷ।

ଋଷର ପ୍ରତିରକ୍ଷା ମୁଖ୍ୟ ରବିବାର ଦାବି କରିଛନ୍ତି ଯେ ୟୁକ୍ରେନ ଏହାକୁ ଉତ୍ତେଜିତ କରିବା ପାଇଁ ରେଡିଓଆକ୍ଟିଭ୍ ଉପକରଣ ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଛି। ଏହି ‘ଡର୍ଟି ବୋମା’ ହେଉଛି ବିସ୍ଫୋରକ ସାମଗ୍ରୀର ମିଶ୍ରଣ ଯେପରିକି ରେଡିଓଆକ୍ଟିଭ୍ ପାଉଡର କିମ୍ବା ପେଲେଟ୍ ସହିତ ଡିନାମାଇଟ୍। ଏହା ପରମାଣୁ ବିସ୍ଫୋରଣ ପରି ବିପଜ୍ଜନକ ନୁହେଁ, କିନ୍ତୁ ଏହାର ରେଡିଓଆକ୍ଟିଭ୍ ପଦାର୍ଥ ଏହାକୁ ବହୁ ଦୂରରେ ପ୍ରଭାବିତ କରିଥାଏ।

ବ୍ରିଟେନ୍, ଫ୍ରାନ୍ସ ଏବଂ ତୁର୍କୀରେ ଥିବା ପ୍ରତିପକ୍ଷଙ୍କୁ ଫୋନ୍ କରି ୟୁକ୍ରେନ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ଋଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗି ଶୋଏଗୁ। ତିନି ଦିନ ମଧ୍ୟରେ ସେ ଦ୍ୱିତୀୟ ଥର ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନଙ୍କ ସହ ମଧ୍ୟ କଥା ହୋଇ ଏପରି କିଛି କହିଛନ୍ତି। ତେବେ ଏହି ଫୋନ୍ କଲରେ ଡର୍ଟି ବୋମା କଥା ସେ କିଛି କହିନଥିବା ସୂଚନା ରହିଛି।

ତେବେ ବ୍ରିଟେନ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ବ୍ରିଟେନ୍ ପ୍ରତିରକ୍ଷା ସଚିବ ବେନ ୱାଲେସଙ୍କ ସହ ତାଙ୍କ ବାର୍ତ୍ତାଳାପରେ କହିଛନ୍ତି, ଶୋଏଗୁ ଅଭିଯୋଗ କରିଛନ୍ତି ଯେ ପାଶ୍ଚାତ୍ୟ ଦେଶମାନଙ୍କ ନିର୍ଦ୍ଦେଶରେ ୟୁକ୍ରେନ ଏହା କରିବାକୁ ଯୋଜନା କରୁଛି। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ କିନ୍ତୁ ୟୁକ୍ରେନକୁ ସମସ୍ତ ପ୍ରକାର ସମର୍ଥନ କରିବେ ବୋଲି ଦୋହରାଇଛନ୍ତି।

Leave A Reply

Your email address will not be published.