ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ରୁ ଅଧାରୁ ଡାକ୍ତରୀ ପାଠ ଛାଡ଼ି ଫେରିଥିବା ଭାରତୀୟ ଛାତ୍ରଛାତ୍ରୀ MBBS ଡିଗ୍ରୀ ପାଇଁ ହଇରାଣ ହେଉଥିବା ବେଳେ କେନ୍ଦ୍ର ସରକାର ଏମାନଙ୍କୁ MBBS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ମାତ୍ର ଥରେ ସୁଯୋଗ ଦେବେ ବୋଲି କହିଛନ୍ତି। ସୁପ୍ରିମକୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର।
ଗତକାଲି ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇ କେନ୍ଦ୍ର ସରକାର କହିଛନ୍ତି ଯେ ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ଉତ୍ତୀର୍ଣ୍ଣ ହେବାକୁ ମାତ୍ର ଥରେ ସୁଯୋଗ ଦିଆଯିବ। ଭାରତୀୟ ମେଡିକାଲ କଲେଜ୍ରେ ନ ପଢ଼ିବି ଛାତ୍ରଛାତ୍ରୀମାନେ MBBS ପରୀକ୍ଷା ଦେଇପାରିବେ। ଛାତ୍ରଛାତ୍ରୀ MBBSର ଉଭୟ ଥିଓରି ଓ ପ୍ରାକ୍ଟିକାଲ୍ ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ର ସରକାର କୋର୍ଟଙ୍କୁ ସୂଚିତ କରିଛନ୍ତି।
ଛାତ୍ରଛାତ୍ରୀ ଉଭୟ ଥିଓରୀ ଓ ପ୍ରାକ୍ଟିକାଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଦୁଇ ବର୍ଷ ପାଇଁ ବାଧ୍ୟତାମୁଳକ ରୋଟାରୀ ଇଣ୍ଟର୍ଣ୍ଣସିପ୍(ପ୍ରଶିକ୍ଷଣ) କରିବେ। ପ୍ରଥମ ବର୍ଷ ମାଗଣାରେ ଇଣ୍ଟର୍ଣ୍ଣସିପ୍ କରିବାକୁ କୁହାଯାଇଥିବା ବେଳେ ଦ୍ୱିତୀୟ ବର୍ଷ ପେମେଣ୍ଟ କରାଯିବ।
ଋଷ-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରାୟ ୧୮ ହଜାର ଛାତ୍ରଛାତ୍ରୀ ଅଧାରୁ ମେଡିକାଲ୍ ପାଠ ଛାଡ଼ି ୟୁକ୍ରେନ୍ରୁ ଭାରତକୁ ଚାଲି ଆସିଥିଲେ। ଏମାନେ ଭାରତରେ ଡିଗ୍ରୀ ଶେଷ କରିବା ନେଇ ଚାହୁଁଥିବା ବେଳେ ସରକାରୀ ନିୟମ କାନୁନ ବାଧକ ସାଜିଥିଲା। ଏହାପରେ ମାମଲା କୋର୍ଟରେ ପହଞ୍ଚିଥିଲା। ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସସକାର ଏକ କମିଟି ଗଠନ କରି ମାମଲାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
Comments are closed.