Latest Odisha News

BREAKING NEWS

୧୦୦ତମ ଆନ୍ତର୍ଜାତୀୟ ଗୋଲ ସ୍କୋର କଲେ ମହାନ ମେସୀ

ସାଂଟିଏଗୋ: ଏବେ ଆନ୍ତର୍ଜାତୀୟ ଫୁଟବଲରେ କ୍ଲବସ୍ତରୀୟ ମୁକାବିଲାରେ କିଛି ଦିନ ପାଇଁ ବିରାମ ଲାଗିଛି । ଅଧିକାଂଶ ଫୁଟବଲ ଖେଳାଳି କ୍ଲବ ଛାଡି ଏବେ ଦେଶ ପକ୍ଷରୁ ଆନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି । ବୁଧବାର ଆର୍ଜେଂଟିନାର ମହାନ ଖେଳାଳି ଲିଓନେଲ ମେସୀ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଆର୍ଜେଂଟିନା ପକ୍ଷରୁ ସର୍ବାଧିକ ଗୋଲ କରିବା ସହ ସେ ଆନ୍ତର୍ଜାତୀୟ ଫୁଟବଲରେ ୧୦୦ ଗୋଲ ଦେବାରେ ତୃତୀୟ ଖେଳାଳି ହୋଇଛନ୍ତି । ମେସି ଓଭରାଲ ୧୦୨ ଗୋଲ ଦେଇଥିବା ବେଳେ ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ୧୨୨ ଗୋଲ ସହ ପ୍ରଥମ ସ୍ଥାନରେ ଏବଂ ଇରାନର ଅଲୀ ଦେହୀ ୧୦୯ ଗୋଲ ସହ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଭାରତର ସୁନୀଲ ଛେତ୍ରୀ ୮୪ ଗୋଲ ସହ ଷଷ୍ଠ ସ୍ଥାନ ହାସଲ କରିଛନ୍ତି । ଆର୍ଜେଂଟିନା ଓ କ୍ୟୁରାସୋଓ ମଧ୍ୟରେ ଖେଳା ଯାଇଥିବା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ମେସି ୩ଟି ଗୋଲ ଦେଇଥିଲେ । ତାଙ୍କର ଚମତ୍କାର ପ୍ରଦର୍ଶନ ବଳରେ ଆର୍ଜେଂଟିନା ୭-୦ରେ ବିଜୟ ହାସଲ କରିଥିଲା । ମ୍ୟାଚ ପରେ ମେସିଙ୍କୁ ସର୍ବାଧିକ ଗୋଲ ସ୍କୋର କରିବା ନେଇ ସମ୍ମାନୀତ କରାଯାଇଥିଲା ।

Leave A Reply

Your email address will not be published.