Latest Odisha News

BREAKING NEWS

ୟୁକ୍ରେନ ଉପରେ ରୁଷ ଆକ୍ରମଣର ଆଉ ଏକ କାରଣ କଣ ଧଳା ସୁନା !

କୀଭ: ୟୁକ୍ରେନ ଉପରେ ରୁଷ ଆକ୍ରମଣର ୨ ମାସ ପୂର୍ଣ୍ଣ ହେବାକୁ ଯାଉଛି । ନାଟୋ ସହିତ ୟୁକ୍ରେନ ସମ୍ପର୍କକୁ ଏହାର ମୁଖ୍ୟ କାରଣ କୁହା ଯାଉଥିଲେ ମଧ୍ୟ ୟୁକ୍ରେନରେ ଥିବା ଧଳା ସୁନା ଏହାର ଆଉ ଏକ କାରଣ ଭାବେ ବିବେଚନା କରାଯାଉଛି । ଧଳା ସୁନା ବା ଲିଥିୟମ ଡୋନାବସର ପୂର୍ବାଂଚଳରେ ମାଟି ତଳେ ବହୁ ମାତ୍ରାରେ ରହିଛି । ଏହାକୁ ହାତେଇବାକୁ ରୁଷ ଚାହୁଁଛି । ସେଥିପାଇଁ ଉଗ୍ରବାଦୀ ଗୋଷ୍ଠୀଙ୍କୁ ସହାୟତା ଯୋଗାଇ ରୁଷ ଏହାକୁ ୟୁକ୍ରେନ ହାତରୁ ଏକପ୍ରକାର ଛଡାଇ ସାରିଲେଣି କହିଲେ ଭୁଲ ହେବନି । ଲିଥିୟମ ରୁପାର ପରି ଧଳା ରଙ୍ଗର ଏକ କେମିକାଲ ମେଟାଲ । ଏବେ ଅଧିକାଂଶ ବ୍ୟାଟେରୀରେ ଏହା ବ୍ୟବହାର ହେବାରେ ଲାଗିଛି । ସ୍ମାର୍ଟଫୋନଠାରୁ ଆରମ୍ଭ କରି ଇଲେକ୍ଟ୍ରିକ ଗାଡିରେ ଏହା ଉପଯୋଗ ହେଉଥିବାରୁ ସାରା ବିଶ୍ୱର ନଜର ଏବେ ଏହା ଉପରେ ରହିଛି ।

ପେଟ୍ରୋଲ, ଡିଜେଲ ଓ କୋଇଲା ଇନ୍ଧନକୁ ଛାଡି ଏବେ ବିଶ୍ୱ ସମୁଦାୟ କ୍ଲିନ ଏନର୍ଜି ଆଡେ ମୁହାଁଇଛି । ସୋଲାର ଏନର୍ଜି, ୱିଣ୍ଡୋ ଏବଂ ଅନ୍ୟ କ୍ଲିନ ଏନର୍ଜି ପାଇଁ ଲିଥିୟମର ଆବଶ୍ୟକତା ଅଧିକ । ସୂର୍ଯ୍ୟ କିରଣ ଏବଂ ବାୟୁର ବେଗ ନ ଥିଲେ ମଧ୍ୟ ଲିଥିୟମର ଏନର୍ଜି ଷ୍ଟୋର କରିବା କ୍ଷମତା ମଣିଷର ଆବଶ୍ୟକତା ଚାହିଦା ପୂରଣ କରିବ । ୨୦୪୦ ବେଳକୁ ଲିଥିୟମର ଚାହିଦା ବହୁ ମାତ୍ରାରେ ବଢ଼ି ଯାଇଥିବ । ଏହାକୁ ଆଖି ଆଗରେ ରଖି ରୁଷ ଏହି ଆକ୍ରମଣ କରିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.