ମୟୂରଭଞ୍ଜ: ଶିକାରୀଙ୍କ ଟାର୍ଗେଟରେ ବାଘ । ପୁଣି ବାଘ ଛାଲ ଜବତ ଜବତ କରିଛି ପୋଲିସ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି । ସେମାନେ ହେଲେ ଭୋଳାଗଡିଆ ଗ୍ରାମର ଚିତ୍ତରଞ୍ଜନ ସାହୁ, ତ୍ରିଲୋଚନ ସାହୁ ଓ ବଣିଆବସା ଗ୍ରାମର ଗେଣ୍ଡୁରୁ ।
ମଙ୍ଗଳବାର ରାତିରେ ଖୁଣ୍ଟା ପୋଲିସ କୌଣସି ସୂତ୍ରରୁ ଖବରପାଇ ସ୍ଥାନୀୟ ବଡ଼ଅଳିଆ ଗ୍ରାମରେ ଚଢ଼ାଉ କରିଥିଲା । ଗ୍ରାମର ଚିତ୍ତରଞ୍ଜନ ସାହୁ ଓ ତ୍ରିଲୋଚନ ସାହୁଙ୍କ ଘରୁ ବାଘ ଛାଲ ଜବତ କରିଥିଲା । ସେମାନେ ଘରେ ଏକ ବାକ୍ସରେ ଏହି ବାଘ ଛାଲକୁ ରଖିଥିଲେ । ଏହି ଘଟଣାରେ ପୋଲିସ ଚିତ୍ତରଞ୍ଜନ ଓ ତ୍ରିଲୋଚନଙ୍କୁ ଗିରଫ କରିଥିଲା । ପରେ ବାଘ ଛାଲ ସେମାନଙ୍କୁ ବିକ୍ରି କରିଥିବା ବେପାରୀ ଗେଣ୍ଡୁରୁଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ସେମାନଙ୍କ ନିକଟରୁ ଏକ ଲକ୍ଷରୁ ଊର୍ଦ୍ଧ ଟଙ୍କା ମଧ୍ୟ ଜବତ କରିଥିଲା । ଜବତ ବାଘଛାଲଟି ଏକ କଲରାପତରିଆ ବାଘର ହୋଇଥିବା ବେଳେ ଏହାର ଲମ୍ବ ୧୬୫ ସେଣ୍ଟିମିଟର । ଏହି ବାଘର ବୟସ ୭ ରୁ ୮ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହି ବାଘ ଛାଲ ଉକ୍ତ ବେପାରୀ ନିକଟକୁ କେମିତି ଆସିଲା ? କିଏ ଆଣି ଦେଇଥିଲା ବା ବେପାରୀ ଜଣକ ନିଜେ ଶିକାର କରି ବାଘଛାଲ ବେପାର ନିମନ୍ତେ ରଖିଥିଲେ ତାହାର ତଦନ୍ତ କରୁଛି ପୋଲିସ ।
BREAKING NEWS
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ


Comments are closed.