ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଏକ କାର ଦୁର୍ଘଟଣାରର ଶିକାର ହୋଇଛନ୍ତି। ତେବେ ସେ ସୁରକ୍ଷିତ ରହିଛନ୍ତି । ସାମାନ୍ୟ ଆହତ ହୋଇଛନ୍ତି। ୟୁକ୍ରେନ ମିଡିଆ ପୋର୍ଟାଲ ଦି କିଭ୍ ଇଣ୍ଡିପେଣ୍ଡେଣ୍ଟ ଜେଲେନସ୍କିଙ୍କ ମୁଖପାତ୍ରଙ୍କ ପ୍ରତିକ୍ରିୟାକୁ ଆଧାର କରି ଏପରି ଏକ ରିପୋର୍ଟ ପ୍ରକାଶ କରିଛି। ଏହି ଦୁର୍ଘଟଣାରେ ଭୋଲଦମିର ଜେଲେନସ୍କି ଗୁରୁତର ଆହତ ହୋଇନାହାଁନ୍ତି। ଜେଲେନସ୍କିଙ୍କ ମୁଖପାତ୍ର ସେରହି ନିକିଫୋରୋଭ ସେପ୍ଟେମ୍ବର ୧୫ ରେ ଏକ ଫେସବୁକ ପୋଷ୍ଟରେ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ କାର ସହ ଏକ କାର ମୁହାଁମୁହିଁ ଧକ୍କା ହୋଇଛି।
ମିଡିଆ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ପରେ ଜଣେ ଡାକ୍ତର ୟୁକ୍ରେନର ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଡାକ୍ତର ଜେଲେନସ୍କି ଡ୍ରାଇଭରଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ କରିଥିଲେ।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କିଙ୍କ ମୁଖପାତ୍ର ନିକିଫୋରୋଭ କହିଛନ୍ତି ଯେ ଏହି ଦୁର୍ଘଟଣାର ତଦନ୍ତ କରାଯାଉଛି। ଦୁର୍ଘଟଣାର ସମସ୍ତ ପରିସ୍ଥିତି ଅନୁଧ୍ୟାନ କରାଯିବ।
ଋଷ-ୟୁକ୍ରେନ ଯୁଦ୍ଧ ଏକ ନୂୂଆ ପର୍ଯ୍ୟାୟରେ ପହଞ୍ଚିଛି। ପୂର୍ବର କିଛି ଅଂଶ ଉପରେ ୟୁକ୍ରେନ ସେନା ଋଷ ସେନା ଉପରେ ଆକ୍ରମଣ କରିଛନ୍ତି। ଆଉ ୬ ମାସ ପୂର୍ବରୁ ଯେଉଁ ଅଞ୍ଚଳକୁ କବଜା କରିଥିଲେ ସେହି ଅଞ୍ଚଳକୁ ଏବେ ପୁଣିଥରେ ୟୁକ୍ରେନ ସେନା ନିଜ ଦଖଲକୁ ନେଇଛନ୍ତି। ୟୁକ୍ରେନ ସୈନ୍ୟମାନେ ଏବେ ଖାର୍କିଭ ଅଞ୍ଚଳକୁ ନିଜ ଦଖଲକୁ ନେବାକୁ ପ୍ରୟାସ କରିଛନ୍ତି। ପୂର୍ବ ଦିଗରେ ଏ ନେଇ କ୍ରେମଲିନ୍ ସେନା ବିରୋଧରେ ଏକ ସ୍ବତନ୍ତ୍ର ରଣନୀତି ତିଆରି କରିଥିଲେ। ଆଉ ଏହି ରଣନୀତି କାର୍ଯ୍ୟକାରୀ କରିବାର ୫ ଦିନ ପରେ ସଫଳ ହୋଇଛନ୍ତି। ରବିବାର ଟେଲିଗ୍ରାମରେ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ସୈନ୍ୟମାନେ ଖାର୍କିଭ ଅଞ୍ଚଳରେ ଥିବା ଚକାଲୋଭସ୍କେକୁ ଋଷ ସେନା କବଳରୁ ମୁକ୍ତ କରିଛନ୍ତି।
Comments are closed.