Latest Odisha News

BREAKING NEWS

ବ୍ୟାପୁଛି କୋଭିଡର ଆଉ ଏକ ଭ୍ୟାରିଆଣ୍ଟ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାରା ବିଶ୍ୱରେ କରୋନା ଶିଥିଳ ପଡିଥିବା କୁହାଯାଉଛି । ବିଶ୍ବ ଏବେ ସ୍ବାଭାବିକ ମୁହାଁ ହୋଇଥିବା ବେଳେ ଆଉ ଏକ କରୋନା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ଯାହା ଓମିକ୍ରନ ଭ୍ୟାରିଆଣ୍ଟର ସବ୍ ଭ୍ୟାରିଆଣ୍ଟ ବୋଲି କୁହାଯାଉଛି। ଆମେରିକାରେ ଏହି ଭ୍ୟାରିଆଣ୍ଟ BA.4.6 ଚିହ୍ନଟ ହୋଇଛି। ଯାହା ଆମେରିକାରେ ବ୍ୟାପିବାରେ ଲାଗିଛି । ଏବେ ଜଣେ ସମାନ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ବ୍ରିଟେନରେ ଚିହ୍ନଟ ହୋଇଛନ୍ତି। ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି (UKHSA)କରୋନାର ନୂଆ ଭ୍ୟାରିଆଣ୍ଟ ବାବଦରେ ରିପୋର୍ଟ ପ୍ରକାଶ କରିଛି।

ଅଗଷ୍ଟ 14 ପରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ BA.4.6 ଚିହ୍ନଟ ହୋଇଛି। ଏହି ଭ୍ୟାରିଆଣ୍ଟ ପୂର୍ବ ଭ୍ଯାରିଆଣ୍ଟ ତୁଳନାରେ ଶୀଘ୍ର ବ୍ୟାପିବାର ସମ୍ବାବନା ରହିଛି ବୋଲି ସୂଚନା ରହିଛି।

ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ କହିଛି, ଓମିକ୍ରନର ନୂଆ ଭ୍ୟାରିଆଣ୍ଟ BA.4.6 ଆମେରିକାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ନିକଟରେ ଏହା 9% ବୃଦ୍ଧି ହୋଇଛି ଆମେରିକାରେ। କେବଳ ଏତିକି ନୁହେଁ, ଓମିକ୍ରନର ଏହି ନୂଆ ଭ୍ୟାରିଆଣ୍ଟ ବିଶ୍ବର ଅନ୍ୟ କେତେକ ଦେଶରେ ଚିହ୍ନଟ ହୋଇଥିବା ବେଳେ ଏହା ବିପଜ୍ଜନକ ବୋଲି କୁହାଯାଇନି ।

କରୋନା ଭାଇରସ୍ ଓମିକ୍ରନ BA.4.6ର ପୂର୍ବ ଭ୍ୟାରିଆଣଣ୍ଟ ହେଉଛି BA.4 । ଚଳିତ ବର୍ଷ ଜାନୁଆରୀରେ BA.4 ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । ପରେ ଏହି ଭ୍ୟାରିଆଣ୍ଟ BA.5 ଏବଂ BA.4.6 ଭାବରେ ପୁଣିଥରେ ପରିବର୍ତ୍ତିତ ହୋଇଛି। ଏବେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନି ଯେ BA.4.6 କେଉଁଠାରୁ ଆସିଛି।

ଆମେରିକାରେ ଓମିକ୍ରନର ଏହି ନୂଆ ଭ୍ୟାରିଆଣ୍ଟରେ ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି ସେମାନେ କମ୍ ଗୁରୁତର ହୋଇଛନ୍ତି। ତଥାପି ଓମିକ୍ରନର ଏହି ସବ ଭାରିଆଣ୍ଟ ପୂର୍ବ ଭ୍ୟାରିଆଣ୍ଟ ଅପେକ୍ଷା ଅଧିକ ସଂକ୍ରମିତ।

Leave A Reply

Your email address will not be published.