Latest Odisha News

BREAKING NEWS

ଇରାନରେ ବିମାନ ଦୁର୍ଘଟଣାଗ୍ରସ୍ତ; ସମସ୍ତ ଯାତ୍ରୀ ମୃତ ଆଶଙ୍କା

ୟୁକ୍ରେନ୍: ଇରାନର ରାଜଧାନୀ ତେହରାନରେ ୟୁକ୍ରେନରେ ଏକ ଯାତ୍ରୀବାହୀ ବିମାନ ବୁଧବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉକ୍ତ ବିମାନରେ କ୍ରୁ ମେମ୍ବରଙ୍କୁ ମିଶାଇ ପ୍ରାୟ ୧୭୦ ଜଣ ଯାତ୍ରୀ ରହିଥିଲେ ।

BjdElectrycity

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ସୂଚନା ଅନୁଯାୟୀ ଆଜି ସକାଳେ ଏହି ବିମାନଟି ତେହରାନ ସ୍ଥିତ ଇମାମ୍ ଖୁମୈନୀ ବିମାନ ବନ୍ଦର ନିକଟରୁ ଉଡାଣ ଭରିବାର କିଛି ସମୟପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଏହି ବୋଇଂ ୭୩୭ ବିମାନଟି ୟୁକ୍ରେନ୍ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସର ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ବିମାନରେ କୌଣସି ଯାନ୍ତ୍ରିକ ତ୍ରୃଟି ଥିବାଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଏଥିରେ କେତେଜଣ ଯାତ୍ରୀ ମୃତାହତ ହୋଇଛନ୍ତି, ସେନେଇ ଜଣାପଡିନାହିଁ ।

Leave A Reply

Your email address will not be published.