Latest Odisha News

BREAKING NEWS

‘ଭାରତ ବନ୍ଦ’ ଲାଗି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଯୋଗୁଁ ଜନଜୀବନ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଏହି ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ।

ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ରାଜ୍ୟର ୧୫ଟି ଜିଲ୍ଲାରେ ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଛି । ଏପରିକି ଏନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି ।

ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ରହିଛି-କନ୍ଧମାଳ, ଗଞ୍ଜାମ, ଢେଙ୍କାନାଳ, ଖୋର୍ଦ୍ଧା, ଭଦ୍ରକ, ଗଜପତି, ଜଗତସିଂହପୁର, ରାୟଗଡା, ଝାରସୁଗୁଡା, ନୟାଗଡ, ବୌଦ୍ଧ, ଯାଜପୁର, ମାଲକାନଗିରି, କଳାହାଣ୍ଡି ଓ କେନ୍ଦ୍ରାପଡା ରହିଛି ।

ଭୁବନେଶ୍ୱରରେ ବନ୍ଦର ପ୍ରଭାବ ପଡିବା ସହ ସକାଳୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ । କିନ୍ତୁ ଆନ୍ଦୋଳନକାରୀମାନେ ଭୁବନେଶ୍ୱର ଷ୍ଟେସନ ତଥା ଅନ୍ୟ କେତେକ ଷ୍ଟେସନରେ ରେଳରୋକ କରିଥିବା ଯୋଗୁଁ ଯାତ୍ରୀମାନେ ସାଧାରଣରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଉଲ୍ଲେଖଯୋଗ୍ୟ, ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସାମାଜିକ ସୁରକ୍ଷା ଭଳି ସମସ୍ୟା ବିରୋଧରେ ସେମାନେ ଏହି ଆନ୍ଦୋଳନ କରୁଥିବା ବେଳେ ଏହି ୧୨ ଦଫା ଦାବି ନେଇ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଧର୍ମଘଟକୁ କେତେକ ରାଜନୈତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି ।

Leave A Reply

Your email address will not be published.