ନୂଆଦିଲ୍ଲୀ: କୋର୍ଟ କେସ ହେଉ ବା ଅନ୍ୟ ଯେ କୌଣସି କାରଣରେ ମାଆର ମମତାକୁ କେହି କେବେ ହରାଇ ପାରିବେ ନାହିଁ । ଦିଲ୍ଲୀ ହାଇକୋର୍ଟଙ୍କ ଏକ ଶୁଣାଣୀରେ ଶେଷରେ ସଂଘର୍ଷ ଜଣେ ୟୁକ୍ରେନର ମାଆର ମମତା ଜିତିଯାଇଛି । ଲଢ଼େଇ ପରେ ଏବେ ଏହି ୟୁକ୍ରେନ ମାଆକୁ ତାଙ୍କର ୫ ବର୍ଷର ପୁଅ ମିଳିଯାଇଛି । ଆସନ୍ତୁ ଜାଣିବା ଘଟଣାଟି କଣ ଥିଲା.. ଉପରୋକ୍ତ ୟୁକ୍ରେନ ମହିଳାଜଣଙ୍କ ୨୦୦୦ରେ ଜଣେ ଭାରତୀୟଙ୍କୁ ବିବାହ କରିଥିଲେ । ୨୦୨୧ରେ ଉଭୟଙ୍କ ଛାଡପତ୍ର ହୋଇଥିଲା । ସେମାନଙ୍କର ୨୦ ବର୍ଷୀୟା ଝିଅ ଓ ୫ ବର୍ଷର ପୁଅ ଅଛନ୍ତି ।
୨୦୨୧ରେ ନନ ରେଜିଂଡେଂଟ ପ୍ୟାରେଂଟ ହିସାବରେ ଭାରତୀୟ ପତିଙ୍କୁ ପିଲାଙ୍କ ସହ ଭେଟ ହେବା ପାଇଁ ଅନୁମତି ମିଳିଥିଲା । ଏହାର ଫାଇଦା ଉଠାଇ ପତିଜଣଙ୍କ ୫ ବର୍ଷର ପୁଅକୁ ବୁଲାଇବାକୁ କହି ରୋମାନିଆ ରାସ୍ତାରେ ଭାରତ ପଳାଇ ଆସିଥିଲେ । ମହିଳାଜଣଙ୍କ ତାଙ୍କ ପୁଅକୁ ଫେରି ପାଇବା ପାଇଁ ହେବିୟସ କର୍ପସରେ ଆବେଦନ କରିଥିଲେ । ୨୦୨୩ରେ କୋର୍ଟ ସେମାନଙ୍କୁ ଫ୍ୟାମିଲି କୋର୍ଟର ସହାୟତା ନେବା ପାଇଁ କହିଥିଲେ । ସମ୍ପୃକ୍ତ ବ୍ୟକ୍ତିଜଣଙ୍କୁ କୋର୍ଟରୁ ପ୍ରଥମ ଝଟକା ଲାଗିଥିଲା ।
ଛୋଟ ପିଲାଟି ୟୁକ୍ରେନ ନାଗରିକ, ସେ ତାର ମାଆ ସହିତ ରହିବାକୁ ଚାହୁଁଛି । ଏହା ବ୍ୟତୀତ ବାପା ନିକଟରେ ଲାଲନ ପୋଷଣ ନିମନ୍ତେ ଅର୍ଥ ଅଭାବ ରହିଛି । ଏହି ସବୁ କାରଣରୁ ତାଙ୍କୁ ପୁଅକୁ ରଖିବା ପାଇଁ ଆମେ ଅନୁମତି ଦେଇ ପାରିବୁ ନାହିଁ ବୋଲି କୋର୍ଟ କହିଥିଲେ । ପରେ ଫ୍ୟାମିଲି କୋର୍ଟର ଏହି ଶୁଣାଣୀ ନେଇ ବ୍ୟକ୍ତଜଣଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ହାଇକୋର୍ଟ ମଧ୍ୟ ମହିଳାଙ୍କ ସପକ୍ଷରେ ଶୁଣାଣୀ କରିଥିଲେ । ଏହା ବ୍ୟତୀତ ମହିଳାଜଣଙ୍କ ୟୁକ୍ରେନ ନାଗରିକ ହୋଇଥିବାରୁ ଭାରତୀୟ ଛାଡି ଯିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ।
Comments are closed.