Latest Odisha News

BREAKING NEWS

ସବୁଠାରୁ ବଡ ନ୍ୟୁକ୍ଲିୟର ପ୍ଲାଂଟକୁ ବନ୍ଦ ହେଲା ବିଦ୍ୟୁତ ସଂଯୋଗ, ବିକିରଣ ଆଶଙ୍କା ବୃଦ୍ଧି

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁ ଏବେ ନ୍ୟୁକ୍ଲିୟର ବିକିରଣ ଆଶଙ୍କା ବୃଦ୍ଧି ପାଇଛି । ରିପୋର୍ଟ ମ ୁତାବକ ୟୁକ୍ରେନ ଅଧିନରେ ଥିବା ସବୁଠାରୁ ବଡ ନ୍ୟୁକ୍ଲିୟର ପ୍ଲାଂଟର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି । ଏହା ଦ୍ୱାର ବିକିରଣ ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି । ସୋମବାର ରୁଷ ଆକ୍ରମଣରେ ଦକ୍ଷିଣ ୟୁକ୍ରେନରରେ ଥିବା ଜାପୋରିଜ୍ଜିୟା ପ୍ଲାଂଟ କ୍ଷତିଗ୍ରସ୍ତ ହୋଇଛି ବୋଲି ୟୁକ୍ରେନର ପରମାଣୁ ସଂସ୍ଥା ଏନରଗୋଆଟମ କହିଛି । ରୁଷ ସେନାଙ୍କ ଯୋଗୁ ୨୦୨୨ ପରଠାରୁ ୭ମ ଥର ପାଇଁ ଏହି ପ୍ଲାଂଟ ବ୍ଲାକଆଉଟ ହୋଇଛି । ୧୦ ଦିନ ପର୍ଯ୍ୟନ୍ତ ଏହି ପ୍ଲାଂଟ ପାଇଁ ଇନ୍ଧନ ଗଚ୍ଛିତ ଅଛି । ଏହା ପରେ ଯଦି କିଛି ସମାଧାନ ନ ହୁଏ ତାହାହେଲେ ସାରା ଦୁନିଆ ବିକିରଣର ଶୀକାର ହେବେ ।

ଜାପୋରିଜ୍ଜିୟା ପ୍ଲାଂଟ ୟୁକ୍ରେନର ୨୦ ପ୍ରତିଶତ ବିଜୁଳି ଆବଶ୍ୟକତା ପୂରଣ କରିଥାଏ । ୨୦୨୨ ମାର୍ଚ୍ଚ ୪ରେ ରୁଷ ସେନା ଏହାକୁ ନିଜ ଅକ୍ତିଆରକୁ ନେଇଛି । ରବିବାର ରାତିରୁ ସମ୍ପୂର୍ଣ୍ଣ ଅଂଚଳ ଉପରେ ରୁଷ ମିସାଇଲ ଆକ୍ରମଣ କରିଥିଲା । ଏଥି ମଧ୍ୟରୁ ୟୁକ୍ରେନ ୧୫ ଡ୍ରୋନ ଓ ୪ ମିସାଇଲ ଖସାଇଥିବା ଦାବୀ କରିଛି । ରୁଷ ପକ୍ଷରୁ ନ୍ୟୁକ୍ଲିୟିର ପ୍ଲାଂଟ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Comments are closed.