Latest Odisha News

ନିଜକୁ ବୋମାରେ ଉଡାଇ ଦେଶ ପାଇଁ ଜୀବନ ଦେଇ ଋଷ୍ ଟ୍ୟାଙ୍କକୁ ରୋକିଲେ ୟୁକ୍ରେନ ସୈନିକ

ଦିଲ୍ଲୀ : ନିଜକୁ ବୋମାରେ ଉଡାଇ ଋଷ୍ ଟ୍ୟାଙ୍କରକୁ ଅଟକାଇଲେ ଜଣେ ୟୁକ୍ରେନ ସୈନିକ । ନିଜ ଦେହରେ ବୋମା ବାନ୍ଧିବା ସହ ଏକ ବ୍ରିଜକୁ ଉଡାଇ ଦେଇଛନ୍ତି ୟୁକ୍ରେନ ସୈନିକ । ମିଳିଥିବା ସୂଚନା ଅନୁସାରେ ୟୁକ୍ରେନ ହେନିଚେସ୍କ୍ ବ୍ରିଜ ଆଡକୁ ଆସୁଥିବା ଗୋଟିଏ ଋଷ୍ ଟ୍ୟାଙ୍କକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ୟୁକ୍ରେନର ଜଣେ ସୈନିକ ।

ହେଲେ ମାଡି ଆସୁଥିବା ଟ୍ୟାଙ୍କ ରୋକିବାକୁ ଆଉ ସମୟ ନଥିବାରୁ ଶେଷରେ ନିଜ ଶରୀରରେ ବୋମା ବାନ୍ଧି ବ୍ରିଜକୁ ଉଡାଇ ଦେବା ସହ ନିଜେ ମଧ୍ୟ ପ୍ରାଣ ହରାଇଥିଲେ ୟୁକ୍ରେନର ସୈନିକ । ବ୍ରିଜଟି ଭାଙ୍ଗି ପଡିବା ଫଳରେ ଋଷ୍ ଟ୍ୟାଙ୍କ ଆଉ ଭିତରକୁ ପଶି ପାରିନଥିଲା । ଏଭଳି ନିଜ ଜୀବନକୁ ଦେଶ ପାଇଁ ତ୍ୟାଗ କରି ଦେଇଛନ୍ତି ଜଣେ ସୈନିକ । ସହିଦ ହେବା ପରେ ୟୁକ୍ରେନ ସରକାର ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।

ୟୁକ୍ରେନ ସେନା ପକ୍ଷରୁ ଟ୍ୱିଟ ଯୋଗେ କୁହାଯାଇଛି ଋଷ୍ ଟ୍ୟାଙ୍କ ହେନିଚେସ୍କ ବ୍ରିଜ ଆଡକୁ ଆସୁଥିବା ବେଳେ ମେରାଇନ ବାଟାଲିୟନ୍ ଇଞ୍ଜିନିୟର ମାନଙ୍କୁ ବ୍ରିଜ ଉପରେ ମୃତୟନ କରାଯାଇଥିଲା । ଯେତେବେଳେ ଋଷ୍ ସେନା ଆଗକୁ ବଢିଥିଲେ , ସେତେବେଳେ ନିଜ ଦେହରେ ବୋମା ବାନ୍ଧି ବ୍ରିଜ ତଳକୁ ଡେଇପଡିଥିଲେ ୟୁକ୍ରେନର ଯବାନ ।

ସୂଚନା ଅନୁସାରେ ଏବେ ଋଷ୍ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବିଭିଷିକା ଜାରି ରହିଛି ।ନିଜର ସାମରିକ ବଳ ଦେଶକୁ ଦେଖାଇ ୟୁକ୍ରେନକୁ ଧ୍ୱଂସ କରିବାରେ ଲାଗିଛି ଋଷ୍ । ପ୍ରବଳ ବୋମାମାଡ ସହ ଘନଘନ ମିଜାଇଲ ମାଡରେ ଭୟଭୀତ ହୋଇପଡିଛନ୍ତି ୟୁକ୍ରେନ ବାସୀ ।

Comments are closed, but trackbacks and pingbacks are open.