Latest Odisha News

BREAKING NEWS

ରୁଷ କବଜାରୁ ଇଜିୟମ ସହର ଛଡେଇ ନେଲ ୟୁକ୍ରେନ ସେନା

କୀଭ: ରୁଷ-ୟୁକ୍ରେନ ଯୁଦ୍ଧ ୨୦୦ ଦିନ ପାଖାପାଖି ପଂହଚିଲାଣି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେଁସ୍କି ଏବଂ ସୈନ୍ୟ ବାହିନୀର ଉଚିତ ରଣନୀତି ଯୋଗୁ ଯୁଦ୍ଧରେ ସେମାନେ ତିଷ୍ଠି ରହିଛନ୍ତି । ଖାରକିଭ ଅଂଚଳକୁ ରୁଷ କବଜାକୁ ନେବା ପରେ କିଛି ମାତ୍ରାରେ ହାଲକା ହୋଇ ଯାଇଥିଲା । ଏହାର ଫାଇଦା ନେଇ ୟୁକ୍ରେନ ସେନା ଏହାର ପ୍ରମୁଖ ସହର ଇଜିୟମକୁ ପୁନର୍ବାର ରୁଷ କବଳରୁ ଛଡେଇ ଆଣିଛନ୍ତି । ଏହା ବ୍ୟତୀତ ଗୁରୁତ୍ୱପୂର୍ଣ୍ଣ କୁପିୟାନ୍ସି ରେଲୱେ ଜଙ୍କସନକୁ ମଧ୍ୟ ମୁକୁଳାଇଛନ୍ତି । ଯାହା ଫଳରେ ବର୍ତମାନ ରୁଷ ସେନା ଆଉ ଆଗକୁ ବଢ଼ି ପାରୁ ନାହିଁ ।

ରୁଷ ସେନା ଗୋଳା ବାରୁଦ ଓ ଯୁଦ୍ଧ ସାମଗ୍ରୀ ଛାଡି ସେ ସ୍ଥାନରୁ ପଳାଇ ଯାଇଛନ୍ତି । ରିପୋର୍ଟ ମୁତାବକ ୨୦୦୦ ବର୍ଗ କିଲୋମିଟର ୟୁକ୍ରେନ ସେନା ନିଜ ହାତମୁଠାକୁ ପୁନର୍ବାର ନେଇ ଆସି ପାରିଛନ୍ତି । ଖାରକୀଭରୁ ରୁଷ ତାର ସେନାକୁ ଅସ୍ଥାୟୀ ଭାବେ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛି । ୟୁକ୍ରେନ ସେନାଙ୍କ ଘନ ଘନ ଆକ୍ରମଣ ଯୋଗୁ ରୁଷ ସେନା ଏହି ନିଷ୍ପତି ନେବାକୁ ବାଧ୍ୟ ହୋଇଛି ।

Comments are closed.