Latest Odisha News

BREAKING NEWS

ରୁଷ ସେନାର ୩୫ ଡ୍ରୋନକୁ ଖସାଇଲା ୟୁକ୍ରେନ

କୀଭ: ରୁଷ-ୟୁକ୍ରେନ ଯୁଦ୍ଧ ଥମିବାର ନାମ ଧରୁନି । ୟୁରୋପ ବିଶେଷ କରି ଆମେରିକାର ସହାୟତାରେ ୟୁକ୍ରେନ କଡା ସଂଘର୍ଷ ଜାରୀ ରଖିଛି । ରିପୋର୍ଟ ମୁତାବକ ରୁଷିଆ ପକ୍ଷରୁ ବ୍ୟବହୃତ ୩୫ଟି ଡ୍ରୋନକୁ ୟୁକ୍ରେନ ସେନା ଖସାଇ ଦେଇଥିବା ଦାବୀ କରିଛି । ଏହି ଡ୍ରୋନଗୁଡିକୁ ରୁଷିଆକୁ ଇରାନ ପ୍ରଦାନ କରିଛି । ରୁଷିଆ ଖାର୍କିଭ, ଖେରସନ, ମାଇକୋଲାଇଭ ଓ ଓଡେସାର ବିଭିନ୍ନ ସହର ଉପରେ ଆକ୍ରମଣ କରିଥିଲା । ୟୁକ୍ରେନ ସେନା ଏହାର କଡା ଜବାବ ଦେଇଛନ୍ତି । ରବିବାର ରାତିରେ ରୁଷର ୧୬ଟି ମିସାଇଲ ୟୁକ୍ରେନର ବ୍ୟାପକ କ୍ଷତି ଘଟାଇଥିଲା । ଅନ୍ୟ ଏକ ରିପୋର୍ଟରେ ରୁଷିଆର ହାଇପରସୋନିକ କିଞ୍ଜାହାଲ ମିସାଇଲକୁ ୟୁକ୍ରେନ ଖସାଇ ଦେଇଥିବା ଦାବୀ କରିଛି । ଏୟାର ଫୋର୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହା ଆମ ପାଇଁ ଏକ ଗର୍ବର ବିଷୟ ବୋଲି ସେନା ପକ୍ଷରୁ କୁହାଯାଇଛି ।

ଆମେରିକାର ପ୍ୟାଟ୍ରିଅଟ ଏୟାର ଡିଫେନ୍ସ ସିଷ୍ଟମ ଯୋଗୁ ଏହା ସମ୍ଭବ ହୋଇଥିବା ଅନୁମାନ କରାଯାଉଛି । ରୁଷିଆ ପକ୍ଷରୁ ଏ ନେଇ କୌଣସି ବୟାନ ଆସିି ନାହିଁ । ୟୁକ୍ରେନଠାରୁ ବାରମ୍ବାର ମାତ ଖାଇବା ପରେ ରୁଷିଆ ଆକ୍ରମଣକୁ ଆହୁରି ତୀବ୍ର କରିବ ବୋଲି ଆଶଙ୍କା କରାଯାଇଛି । ଇତି ମଧ୍ୟରେ ଉଭୟ ଦେଶର ବ୍ୟାପକ କ୍ଷତି ଘଟିଲାଣି ।

Leave A Reply

Your email address will not be published.