Latest Odisha News

୨୦୨୪ ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଚମକିବ ନାରୀ ଶକ୍ତି

ନୂଆଦିଲ୍ଲୀ: ସ୍ୱତନ୍ତ୍ର ହେବ ୨୦୨୪ ସାଧାରଣତନ୍ତ୍ର ଦିବସ । ୭୪ ତମ ସାଧାରଣତନ୍ତ୍ର ଦିବସରେ ବିଶ୍ୱ ଦେଖିବ ନାରୀଶକ୍ତିର ଚମକ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ୨୦୨୪ ସାଧାରଣ ତନ୍ତ୍ର ଦିବସ ପରେଡରେ ପରେଡରେ ଦେଖିବାକୁ ମିଳିବ ମହିଳା ସଶକ୍ତିକରଣର ଝଲକ । କେବଳ ମହିଳା ହିଁ ପରେଡ କରିବେ । ଖାଲି ପରେଡ ନୁହେଁ, ପ୍ରଜ୍ଞାପନ ମେଢ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ କେବଳ ମହିଳାଙ୍କ ନେତ୍ୱତ୍ୱରେ ହିଁ କରାଯିବ । ବିଚାରବିମର୍ଷ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।

କର୍ତ୍ତବ୍ୟ ପଥରେ ମହିଳାମାନଙ୍କ ବାଦ୍ୟ ତାଳେ ମହିଳାମାନେ ହିଁ ପରେଡ କରିବେ । ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମାର୍ଚ୍ଚମାସରେ ଚିଠି କରାଯାଇ ସମସ୍ତଙ୍କୁ ଅବଗତ କରାଯାଇଥିଲା । ପ୍ରତିରକ୍ଷା ବିଭାଗର ତିନୋଟି ୱିଙ୍ଗ ସମେତ  ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗକୁ ଏହାର ପ୍ରସ୍ତୁତି କରିବା ପାଇଁ ଜଣାଇ ଦିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି  ।

ଗତ କିଛି ବର୍ଷ ହେବ ମହିଳା ସେନା କର୍ମଚାରୀ, ମହିଳା ଅଫିସରମାନେ କର୍ତ୍ତବ୍ୟ ପଥରେ ହେଉଥିବା ବାର୍ଷିକ ପରେଡରେ ଭାଗ ନେଇ ଆସୁଛନ୍ତି ।  ୨୦୧୫ରେ ପ୍ରଥମ ଥର ପାଇଁ କେବଳ ମହିଳାଙ୍କୁ ନେଇ ଗଠିତ ହୋଇଥିବା ଦଳ ପରେଡରେ ସାମିଲ ହୋଇଥିଲା । ୨୦୧୯ରେ କ୍ୟାପିଟେନ ଶିଖା ସୁରଭି ପ୍ରଥମ ମହିଳା ଅଫିସର ଭାବରେ ବାଇକ ଷ୍ଟଣ୍ଟ ଡେୟାର ଡେଭିଲସର ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.