Latest Odisha News

BREAKING NEWS

ପୌର ଭୋଟ ଗଣତି: ଧର୍ମଗଡ଼ରେ ବିଜେପିର ବାଜିମାତ୍

ଭୁବନେଶ୍ୱର : ସାରା ରାଜ୍ୟରେ ପୌର ନିର୍ବାଚନ ଭୋଟ ଗଣତି ଆରମ୍ଭ । ୩ ମହାନଗର ଓ ୧୦୫ ପୌରାଞ୍ଚଳରେ ଗଣତି ଆରମ୍ଭ ହୋଇଛି । କେବଳ ଧାମନଗର NACରେ ଆଜି ଗଣତି ହେଉନାହିଁ । ଗତକାଲି ଭୁବନେଶ୍ୱର ବିଜେପି କଲେଜ ଷ୍ଟ୍ରଙ୍ଗରୁମ୍‌ ସମ୍ମୁଖରେ ଗଣ୍ଡଗୋଳ ଯୋଗୁଁ ସେଠାରେ ମଧ୍ୟ ଗଣତି ବିଳମ୍ବ ହୋଇଛି ।

ତେବେ ଏହାରି ଭିତରେ ବିଜେପି ପୌରାଧ୍ୟକ୍ଷ ଦଖଲ କରିବାରେ ଖାତା ଖୋଲି ସାରିଛି । ବିଜେପି ପାଖକୁ ଧର୍ମଗଡ଼ ପୌରାଧ୍ୟକ୍ଷ ଆସନ ଯାଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ଖାତା ଖୋଲିଛି ବିଜେଡି । ବୌଦ୍ଧ ଏନ୍ଏସିରେ ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର ବିଜୟୀ ହୋଇଛନ୍ତି । ସେହିଭଳି ଯାଜପୁର ମ୍ୟୁନିସିପାଲିଟିରେ ବିଜେଡିର ରଂଜୁଲତା ହୋତା ବିଜୟୀ ହୋଇଥିବା ଖବର ସାମ୍ନାକୁ ଆସିଛି ।

ଅନ୍ୟପଟେ କଳାହାଣ୍ଡି ଜିଲ୍ଲାରେ ବି ବିଜେଡି ଆଗୁଆ ରହିଛି । କଳାହାଣ୍ଡି କେସିଙ୍ଗାର ନୃପରାଜ ଯାଦବ ଆଗୁଆ ରହିଛନ୍ତି । କିନ୍ତୁ ଜୁନାଗଡ଼ରେ ବିଜେଡିକୁ କଡ଼ା ଟକ୍କର ଦେଇଛନ୍ତି ବିଜେପିର ମୁକେଶ ଅଗ୍ରୱାଲ । ସକାଳ ୧୦ଟା ସୁ ସୁଦ୍ଧା ମୁକେଶ ଆଗୁଆ ରହିଛନ୍ତି । ସେପଟେ ଭବାନୀପାଟଣାରେ ମଧ୍ୟ ବିଜେପିର ବିନିତା ଦାସ ଆଗୁଆ ରହିଛନ୍ତି ।

ତେବେ କଟକ ମହାନଗର ନିଗମ ମେୟର ପଦବୀରେ ବିଜେଡିକୁ ଲାଗିପାରେ ଶକ୍ତ ଝଟ୍‌କା । ସକାଳ ୧୦ଟା ସୁଦ୍ଧା କଟକ ମହାନଗର ନିଗମରେ କଂଗ୍ରେସ ମେୟର ପ୍ରାର୍ଥୀ ଗିରିବାଳା ବେହେରା ଆଗରେ ରହିଛନ୍ତି । ଏଠାରେ ବିଜେଡି ଓ କଂଗ୍ରେସ ମଧ୍ୟ କଡ଼ା ଟକ୍କର ହେଉଛି ।

Leave A Reply

Your email address will not be published.