Latest Odisha News

BREAKING NEWS

ପୌର ନିର୍ବାଚନ ଫଳାଫଳ : ସୋନପୁରରେ ବିଜେଡିର ବାଜିମାତ୍

ସୋନପୁର : ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନ ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡିଛି ବିଜେଡି ସବୁ ସ୍ଥାନରେ ଆଗରେ ରହିଛି । ସୋନପୁରରେ ବିଭିନ୍ନ ୱାର୍ଡରେ ବିଜେଡି ବାଜିମାତ୍ କରିଛି ।ସୋନପୁରର ୧୨ ନମ୍ବର ୱାର୍ଡରେ ବିଜେଡି ୧୧ଟି ଆସନ ହାତେଇଛି ।ସେହିପରି ବିଜେପି ଏପର୍ଯ୍ୟନ୍ତ କିଛି ଆସନ ହାତେଇ ପାରିନି । କଂଗ୍ରେସ ମଧ୍ୟ କିଛି ନପାଇ ସମାନ ସ୍ଥିତିରେ ରହିଛି ଓ ସ୍ୱାଧିନ ଗୋଟିଏ ସିଟ୍ ହାତେଇଛି ।

ସୋନପୁର ତରଭା ଅଞ୍ଚଳରୁ ବିଜେଡି ଅଧ୍ୟକ୍ଷ ବନ୍ଦିତା ନାୟକ ବିଜୟୀ ହୋଇଛନ୍ତି ।୨୮୬୯ ଭୋଟରେ ବିଜୟୀ ହୋଇଛନ୍ତି ବନ୍ଦିତା । ସେହିପରି ସୋନପୁର ପୌରପାଳିକାରେ ଅଧ୍ୟକ୍ଷ ଭାବେ ତାମସି ତାମସ୍ମିତା ନାୟକ ବିଜୟୀ ହୋଇଛନ୍ତି । ସେ ୩୫୬୭ ଖଣ୍ଡ ଭୋଟରେ ଆଗରେ ରହି ବିଜୟୀ ହୋଇଛନ୍ତି  ।

Leave A Reply

Your email address will not be published.