Latest Odisha News

BREAKING NEWS

ସମରେ ଦୁଇ ଦିନିଆ ଅଲଟ୍ରାସାଉଣ୍ଡ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଦୁଇଦିନିଆ ଅଲଟ୍ରାସାଉଣ୍ଡ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ସମ୍ ହସ୍ପିଟାଲର କ୍ରିଟିକାଲ୍ କେୟାର ବିଭାଗ ପକ୍ଷରୁ ଏହି କର୍ମାଶାଳା ଆୟୋଜନ କରାଯାଇଥିଲା । କର୍ମଶାଳାକୁ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ସୁପରିଟେଣ୍ଡେଂଟ ଡଃ ପୁଷ୍ପରାଜ ସାମନ୍ତସିଂହାର, ଅତିରିକ୍ତ ଡିନ୍ ଡଃ ଅଜୟ ଜେନା ଓ କ୍ରିଟିକାଲ୍ କେୟାର ବିଭାଗ ମୁଖ୍ୟ ଡଃ ଶକ୍ତି ବେଦାନ୍ତ ମିଶ୍ର ଉଦଘାଟନ କରିଥିଲେ ।

ଅଲଟ୍ରାସାଉଣ୍ଡର ଆବଶ୍ୟକତା ଓ ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କ ଉପରେ ଏହାର ବ୍ୟବହାର ସମ୍ପର୍କିତ ଆଲୋଚନା ଏହି କର୍ମଶାଳାର ମୁଖ୍ୟ ବିଷୟବସ୍ତୁ ଥିଲା । କର୍ମଶାଳାରେ ବିଭିନ୍ନ ମେଡିକାଲ୍ କଲେଜର ଯୁବ ଡାକ୍ତରମାନେ ଯୋଗ ଦେଇ ଅଲଟ୍ରାସାଉଣ୍ଡ ସମ୍ପର୍କିତ ଜ୍ଞାନ ଆହରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଡାକ୍ତରମାନଙ୍କୁ ରୋଗୀମାନଙ୍କ ଉପରେ ଅଲଟ୍ରାସାଉଣ୍ଡର ପ୍ରୟୋଗ କରିବା ସମ୍ପର୍କରେ ବୁଝାଯାଇଥିଲା ।

ଏହି କର୍ମଶାଳାରେ ବିଭିନ୍ନ ଡାକ୍ତରଖାନା ଓ ମେଡିକାଲ୍ କଲେଜର ଖ୍ୟାତିସମ୍ପନ୍ନ ବରିଷ୍ଠ ଡାକ୍ତରମାନେ ମଧ୍ୟ ତାଙ୍କର ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.