Latest Odisha News

ଭୁବନେଶ୍ୱର ସ୍କୁଲ ଶିକ୍ଷକଙ୍କର ବଦଳିଲା ୱର୍କିଂ ଆୱାର୍

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ମଜଭୁତ କରିବାକୁ ଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଦିନ ଏକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଭୁବନେଶ୍ୱରର ସମସ୍ତ ବିଦ୍ୟାଳୟଗୁଡିକର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଦୈନିକ ୭ ଘଣ୍ଟା କାର୍ଯ୍ୟ କରିବେ ।

ଏସମ୍ପର୍କରେ ବ୍ଲକ୍ ଶୀକ୍ଷା ଅଧିକାରୀ (ବିଇଓ) ପକ୍ଷରୁ ବୁଧବାର ଦିନ ଭୁବନେଶ୍ୱର ବ୍ଲକ୍ ବିଇଓ ଅନ୍ତର୍ଗତ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଏବେ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସକାଳ ୯ଟା ୩୦ମି.ରୁ ଅପରାହ୍ନ ୪ଟା ୩୦ମି. ଯାଏଁ ବିଦ୍ୟାଳୟରେ କାର୍ଯ୍ୟ କରିବେ ।

ଏହାବ୍ୟତିତ ପ୍ରଧାନଶିକ୍ଷକଙ୍କୁ ଆଉ କିଛି ନିର୍ଦ୍ଦେଶ ଦିଆଯାଇଛି । ସେଥିମଧ୍ୟରେ-

ସ୍କୁଲ୍ କର୍ତ୍ତୃପକ୍ଷ ବିଦ୍ୟାଳୟରେ ସ୍କୁଲ ବିକାଶ ଯୋଜନା (ଏସଡିପି) ଓ ଛାତ୍ର ସଫଳତା ଯୋଜନା(ଏସଏସପି) ର ପ୍ରଦର୍ଶନ କରିବେ ।

ଏପରିକି ପ୍ରତି ସ୍କୁଲରେ ୱାଟର୍ ଫିଲଟର୍ ବ୍ୟବସ୍ଥା ରହିବ ।

ମଧ୍ୟାହ୍ନ ଭୋଜନ ବେଳେ ଶିକ୍ଷକମାନେ ଉପସ୍ଥିତ ରହିବେ

ଆହୁରି ମଧ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ଯେ, ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଭାବେ ‘ଗରିମା ଆୱାର୍ଡ’ ଲାଗି ପ୍ରସ୍ତୁତ କରନ୍ତୁ । ଯଦି ସେମାନେ ପୁରସ୍କାର ପାଇବାରେ ବିଫଳ ହୁଅନ୍ତି, ତା’ହେଲେ ବିଦ୍ୟାଳୟ ‘ଡିଫଲଟର୍’ ଭାବେ ପ୍ରମାଣିତ ହେବ ।

Leave A Reply

Your email address will not be published.