ଉମରିଆ: କୁହାଯାଏ ଯଦି ଜଣେ ନାରୀ କିଛି କରିବା ପାଇଁ ମନସ୍ଥ କରିନିଏ ତାହେଲେ ସେ ତାହା କଳେ ବଳେ କୌଶଳେ କରିକି ହିଁ ଦେଖାଇଥାଏ। ସେ ଗୃହ ହେଉ କି କର୍ମକ୍ଷେତ୍ର ସବୁଠି କିପରି ସନ୍ତୁଳନ ରଖାଯିବ ତାହାର କୌଶଳ ନାରୀଟିକୁ ବେଶ୍ ଜଣା। ସବୁ ବାଧାବିଘ୍ନ ସହ ଲଢ଼ି ସେ ତାର କର୍ତ୍ତବ୍ୟକୁ ସୁଚାରୁରୂପେ ଚଳାଇଥାଏ।ସେହିପରି ନିଜ କର୍ତ୍ତବ୍ୟ ଆଗରେ ନିଜର ଗର୍ଭାବସ୍ଥା ଯନ୍ତ୍ରଣାକୁ ତୁଚ୍ଛ କରିଦେଇଛନ୍ତି ଜଣେ ମହିଳା ଏସପି। ୮ ମାସର ଗର୍ଭବତୀ ଥାଇ ମଧ୍ୟ ନିର୍ବାଚନ ରେ କିପରି କିଛି ଅସୁବିଧା ନହେଉ ସେଥିପାଇଁ ଡ୍ୟୁଟି ମୋଡ୍ ରେ ଉମାରିଆ ଏସପି ନିବେଦିତା ନାଇଡୁ।
ଦେଶ ତଥା ରାଜ୍ୟରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏଥିରେ ଯେଭଳି କିଛି ଅସୁବିଧା ନହେଉ, ଯେଭଳି କିଛି ହିଂସାକାଣ୍ଡ ନଘଟୁ, ଭୋଟର ବିନା ବାଧାରେ ନିଜର ମତଦାନ କରିପାରିବେ ସେ ପ୍ରତି ପୁରା ତତ୍ପର ନିବେଦିତା। ସେଥିପାଇଁ ସେ ସେ ପେଟରେ ତାଙ୍କର ୮ ମାସର ଛୁଆକୁ ଧରି ନିଜର ଡ୍ୟୁଟି ପୂରଣ କରୁଛନ୍ତି। ନିଜ ଏରିଆର ଗଳିକନ୍ଦି ସବୁ ବୁଲୁଛନ୍ତି। କିଛି ବି ଅଶାନ୍ତିକର ପରିସ୍ଥିତି ଉପୁଜିଲେ ସେ ସଙ୍ଗେ ସଙ୍ଗେ ଯାଇଁ ଘଟଣାସ୍ଥଳରେ ପହଂଚି ଯାଉଛନ୍ତି। ୧୦ ଘଣ୍ଟା ନିଜର ଡ୍ୟୁଟି କରୁଛନ୍ତି। ଏହା ସହିତ ନାଇଟ ପାଟ୍ରୋଲିଂ ବି କରୁଛନ୍ତି । ଅପରାଧୀଙ୍କ ଉପରେ ବି କଡ ନଜର ରଖିଛନ୍ତି ନିବେଦିତା। କାମ ଆଗରେ ସେ ତାଙ୍କର ଗର୍ଭାବସ୍ଥାର ଯନ୍ତ୍ରଣାକୁ ତୁଚ୍ଛ କରିଦେଇଛନ୍ତି।
ଆମେ କହୁଛୁ ମଧ୍ୟପ୍ରଦେଶ ଉମରିଆର ଏସପି ନିବେଦିତା ନାଇଡୁ କଥା, ୮ ମାସର ଗର୍ଭବତୀ ହୋଇ ମଧ୍ୟ ସେ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଅଛନ୍ତି। ଖାଲି ସେତିକି ନୁହେଁ ସ୍ଵାମୀଙ୍କର ପୋଷ୍ଟିଙ୍ଗ ଅନାୟ ଜାଗାରେ ହୋଇଥିବାରୁ ଘରେ ୩ ବର୍ଷର ଝିଅର ବି ଖିଆଲ ରଖିଛନ୍ତି ନିଜେ ନିବେଦିତା। ଟିକେ ବି ଥକୁନାହାନ୍ତି କି ବସୁନାହାନ୍ତି। ଡ୍ୟୁଟିରେ ପୁରା ଆକ୍ଟିଭ। ତେବେ ମାତୃତ୍ୟକାଳୀନ ଛୁଟି ଥାଇ ମଧ୍ୟ ସେ କିନ୍ତୁ ନିଜର ଦେଶ ପ୍ରତି କର୍ତ୍ତବ୍ୟକୁ ବାଛିଛନ୍ତି। ଯାହାକୁ ସବୁ ମହଲରୁ ପ୍ରଶଂସା କରାଯାଇଛି। ଏହା ସହିତ ନିବେଦିତା ଏଭଳି ଅଦମ୍ୟ ସାହସ ଆଜି ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି।
BREAKING NEWS
- ମମତାଙ୍କ ଗଡ଼ରେ ମୁସଲିମ୍ ଭୋଟ୍ କାହାର ?
- ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ପଦଧ୍ୱନି: ଆମେରିକାକୁ ଇରାନର ଖୋଲା ଚ୍ୟାଲେଞ୍ଜ !
- ରାଜ୍ୟ ବ୍ୟାପୀ ପ୍ରବେଶ ଉତ୍ସବ; କୁନି କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
- Madhuri Dixit In Odisha handloom: ଓଡ଼ିଆ ଶାଢ଼ୀରେ ମାଧୁରୀଙ୍କ ଗ୍ରେସ, କହିଲେ,”ପ୍ରେମ ଏବଂ ଧର୍ଯ୍ୟରେ ବୁଣାଯାଇଥିବା କାହାଣୀ”
- Downed U.S. Jet : ଆମେରିକାକୁ ଶକ୍ତ ଝଟକା, ଧ୍ଵଂସ ହେଲା ଆଉ ଦୁଇ ବିମାନ
- Indian Tanker Cross Strait Of Hormuz: ପୁଣି ହର୍ମୁଜ୍ ପାର କଲା ଭାରତର ଆଉ ଏକ ଏଲପିଜି ଟ୍ୟାଙ୍କର୍
- Rain and Thunderstorms: ୮ ଯାଏଁ କାଳବୈଶାଖୀ ବର୍ଷା, ଏହି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…
- India Skill Competition 2026: ‘ଇଣ୍ଡିଆ ସ୍କିଲ୍ସ’ରେ ଟିମ୍ ଓଡ଼ିଶାର ଦମଦାର ପ୍ରଦର୍ଶନ, ହାତେଇଲା ୧୫ ସ୍ଵର୍ଣ୍ଣ ସହ ୫୭ ପଦକ
- Iran rejects US proposal: ଆହୁରି ଭୟଙ୍କର ହେବ ଯୁଦ୍ଧ! ନା ଅସ୍ତ୍ରବିରତି ନା ଆଲୋଚନା…ରାଜି ହେଲାନି ଇରାନ…
- US Fighter Jet Downed Over Iran: ଇରାନରେ ମାଟି କାମୁଡ଼ିଲା ଆମେରିକା ଲଢ଼ୁଆ ବିମାନ, ମିଳିଲେ ପାଇଲଟ୍…
Comments are closed.