ଅଷ୍ଟ୍ରେଲିଆ ବିପକ୍ଷ ମେଲବୋର୍ଣ୍ଣ ଟେଷ୍ଟର ତୃତୀୟ ଦିନରେ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ବୋଲିଂ ବେଳେ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଛନ୍ତି ଉମେଶ ଯାଦବ। ଫଳରେ ତାଙ୍କୁ ମୈଦାନ ଛାଡ଼ିବାକୁ ପଡିଥିଲା । ସେ ଛୋଟେଇ ଛୋଟେଇ ଡ୍ରେସିଂ ରୁମ ଫେରିଥିଲେ ।
ଉମେଶ ଯାଦବ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସର ଅଷ୍ଟମ ଓଭରରେ ଆହତ ହୋଇଛନ୍ତି । ସେହି ଓଭରର ପ୍ରଥମ ତିନୋଟି ବଲ ପକାଇବା ପରେ ମାଂସପେଶୀରେ ଯନ୍ତ୍ରଣା ହୋଇଥିଲା । ବଳକା ଥିବା ତିନିଟି ବଲ ଫିଙ୍ଗିଥିଲେ ମହମ୍ମଦ ସିରାଜ ।
ଉମେଶ ଯାଦବଙ୍କ ଉପରେ ନଜର ରଖିଛନ୍ତି ବିଶେଷଜ୍ଞ । ସେ ଆହତ ହୋଇ ସିରିଜରୁ ବାଦ ପଡିଲେ ଭାରତୀୟ ଦଳକୁ ଏହା ବଡ ଝଟକା ବୋଲି କୁହାଯିବ । ପୂର୍ବରୁ ମହମ୍ମଦ ସାମି ଆହତ ହୋଇ ଟେଷ୍ଟ୍ ସିରିଜରୁ ବାଦ୍ ପଡିଛନ୍ତି । ସାମିଙ୍କ ପୂର୍ବରୁ ଇଶାନ୍ତ ଶର୍ମା ଆହତ ହୋଇଥିଲେ ।
Comments are closed.