Latest Odisha News

BREAKING NEWS

ଭଲ ଖବର, ଭାରତରେ ଅନାହରଙ୍କ ସଂଖ୍ୟା ୬ କୋଟିକୁ ଖସିଲା

ନୂଆଦିଲ୍ଲୀ:ଭାରତରେ ଅନାହାରଙ୍କ ସଂଖ୍ୟା ୬କୋଟିକୁ ଖସି ଆସିଛି । ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟ ଅନୁସାରେ ଏବେ ବି ବିଶ୍ୱରେ ୬୯ କୋଟି ଲୋକ ଭୋକିଲା ଏବଂ କୁପୋଷଣର ଶୀକାର ଅଛନ୍ତି । ୨୦୧୮ ତୁଳନାରେ ଏହି ତାଲିକାରେ ୧ କୋଟି ଲୋକଙ୍କ ବୃଦ୍ଧି ଘଟିଛି । ଭାରତରେ ୨୦୦୪ରୁ ୦୬ ମଧ୍ୟରେ ୨୪.୯୪ କୋଟି, ୨୦୧୭-୧୯ରେ ୧୮.୯୨ କୋଟି ଲୋକ ଦି ଓଳି ଖାଇବାକୁ ପାଉ ନ ଥିଲେ ।ଏହି ରିପୋର୍ଟ ଆଇଏଏଫଡି, ୟୁନିସେଫ, ଡବ୍ଲ୍ୟୁଏଫବି, ଡବ୍ଲ୍ୟୁଏଚଓ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

୨୦୦୪-୦୬ରେ ୨୧.୭ ପ୍ରତିଶତ ଭୋକିଲା ରହୁଥିବା ବେଳେ ଏବେ ଏହା ୧୪ ପ୍ରତିଶତକୁ ଖସି ଆସିଛି । ସେହିପରି ଉଚ୍ଚତା କମ୍‌(ଗେଡା) ସମସ୍ୟା ମଧ୍ୟ ଭାରତରେ କମିଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.