ୠଷ: ଆଜିର ସମୟରେ ଲୋକମାନେ ଫିଟନେସ୍କୁ ନେଇ ବହୁତ ସଚେତନ ହୋଇଛନ୍ତି । ବାସ୍ତବରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆଦୌ ଭୁଲ ନୁହେଁ । କିନ୍ତୁ ଯଦି ସହଜ ଉପାୟରେ ଫିଟ୍ ରହିବାକୁ ଚେଷ୍ଟା କରିବେ ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ସେଥିପାଇଁ ଅନେକ ଲୋକ ସର୍ଜରୀ ମାଧ୍ୟମରେ ବଡ଼ି ତିଆରି କରିବାକୁ ଚେଷ୍ଟା କରନ୍ତି । ଏହି ପଦ୍ଧତିଗୁଡିକ ମଧ୍ୟ କିଛି ସମୟ ପାଇଁ ସୁଫଳ ଦେଇଥାଏ । କିନ୍ତୁ ସେମାନଙ୍କର ଦୀର୍ଘକାଳୀନ ପ୍ରଭାବ କେବଳ ନକାରାତ୍ମକ ଅଟେ । ଋଷର ଜଣେ ଯୁବକ ମଧ୍ୟ ତାଙ୍କ ବଡ଼ି ତିଆରି କରିବାରେ ସମାନ ଉପାୟ ଆପଣାଇଥିଲେ, ଯାହା ଏବେ ତାଙ୍କ ପାଇଁ ବିପଦ ସାଜିଛି ।
ଋଷର ବାସିନ୍ଦା କିରିଲ । ତାଙ୍କୁ ବଡ଼ି କରିବା ବହୁତ ସଉକ୍ । ସେଥିଲାଗି ସେ ନିୟମିତ ଜିମ୍ ଯାଆନ୍ତି । ହେଲେ ଏତେ ପରିଶ୍ରମ କରି ବଡ଼ି କରିବାକୁ ଇଛା କଲେ ନାହିଁ । ତେଣୁ ସେ ସହଜ ଉପାୟ ଆପଣାଇଲେ । ତାହା ଥିଲା ଇଞ୍ଜେକ୍ସନ । ଇଞ୍ଜେକ୍ସନ ଜରିଆରେ ସେ ବହୁ ଶୀଘ୍ର ବଡ଼ି ବନାଇଦେଲେ । ବାରମ୍ବାର ଇଞ୍ଜେକ୍ସନ ନେବାରୁ କିଛି ମାସ ଭିତରେ ତାଙ୍କ ଶରୀର ଅଦ୍ଭୁତ ହୋଇଗଲା । ତାଙ୍କର ଦୁଇ ହାତର ବାହୁ ବେଲୁନ୍ ପରି ଫୁଲିଗଲା । ଏହି ଇଞ୍ଜେକ୍ସନ ତାଙ୍କ ଜୀବନ ନେବା ପୂର୍ବରୁ ସେ ସତର୍କ ହୋଇଗଲେ ।
ଏନେଇ କିରିଲି କୁହନ୍ତି, ମୋତେ ଫିଟ୍ ରହିବାକୁ ଭଲ ଲାଗେ । ତାହାସାଙ୍ଗକୁ ବଡ଼ି କରିବା । ସହଜରେ ବଡ଼ି କରିବାକୁ ଯାଇ ତେଲର ଇଞ୍ଜେକ୍ସନ ନିୟମିତ ନେଲି,ଯାହାର ପରିଣାମ ଏବେ ମୁଁ ଭୋଗୁଛି । ବଡ଼ି ତ ବାହାରିଲା, ହେଲେ କିଛି ମାସ ପରେ ମୋର ଦୁଇ ହାତର ବାହୁ ବେଲୁନ୍ ପରି ଫୁଲିବା ସହ ଓହଳି ପଡ଼ିଲା । ତାହାସହିତ ଅସୁସ୍ଥ ବି ହୋଇପଡ଼ିଲି । ଏହି ଇଞ୍ଜେକ୍ସନ ନେବାକୁ ମୋ ମା ବାରଣ କରିଥିଲେ ମଧ୍ୟ ମୁଁ କାହାର କଥା ଶୁଣି ନ ଥିଲି । ଡ଼ାକ୍ତରମାନେ ମଧ୍ୟ ଇଞ୍ଜେକ୍ସନ ନ ନେବାକୁ ପରାମର୍ଶ ଦେଇଛନ୍ତି ।
Comments are closed.