Latest Odisha News

BREAKING NEWS

୧୦୦ଟଙ୍କାରୁ କମ୍ ମୂଲ୍ୟରେ ମିଳୁଥିଲା ବ୍ରାଣ୍ଡେଡ୍ ମଦ

 ଆଜିର ସମୟରେ ସୋସିଆଲ ମିଡିଆ ଏକ ବଡ ପ୍ଲାଟଫର୍ମ । ଯେଉଁଠାରେ ଫଟୋ ଏବଂ ଭିଡିଓ ମାଧ୍ୟମରେ ସମସ୍ତ କାର୍ଯ୍ୟକଳାପ ଭାଇରାଲ ହୋଇଥାଏ । ଗତ କିଛି ଦିନ ହେବ  ପୁରୁଣା ବିଲ ଏବଂ ତା ସହିତ ଏବେକାର  ବିଲ୍ ଭାଇରାଲ୍ ହୋଇଛି । ଏହି ତୁଳନାତ୍ମକ ବିଲ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ।

ଏବେ ବ୍ରାଣ୍ଡେଡ୍ ମଦ ସହ ଜଡିତ ଏକ ବିଲ୍ ଭାଇରାଲ୍ ହେଉଛି । ଯାହାର ମୂଲ୍ୟ ଜାଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ନୌସେନା ଅଧିକାରୀଙ୍କ ପାଇଁ ମଦର ମୂଲ୍ୟ ବହୁତ୍ କମ୍ ରହିଥାଏ । ନୌସେନା ଅଧିକାରୀଙ୍କ ମେସର ଏକ ଫଟୋ ଏବେ ସାମ୍ନାକୁ ଆସିଛି । ଅନନ୍ତ ନାମକ ଜଣେ ବ୍ୟକ୍ତି ଟ୍ୱିଟରରେ ଏହି ଫଟୋକୁ ସେୟାର କରିଛନ୍ତି । ମେନୁରେ ବିଭିନ୍ନ ବ୍ରାଣ୍ଡର  ହ୍ୱିସ୍କି ଓ ଏହାର ମୂଲ୍ୟ ରହିଛି । ଏହି ବିଲରେ   ଅଧିକାଂଶ ମଦର ମୂଲ୍ୟ ୧୦୦ଟଙ୍କା ତଳେ ରହିଛି ।

ସାଧାରଣ ଲୋକଙ୍କ ତୁଳନାରେ ସେନା କର୍ମଚାରୀଙ୍କୁ ମଦ ଖୁବ କମ ଦାମରେ ମଦ ଇତ୍ୟାଦି ମିଳିଥାଏ ।  ଏପରିକି ସେମାନଙ୍କୁ ମଦ ଏବଂ ଖାଦ୍ୟ ସାମଗ୍ରୀ ଆର୍ମି କ୍ୟାଣ୍ଟିନରେ ଅତି କମରେ ଅର୍ଥାତ ୧୦-୧୫% ରିହାତି ମିଳୁଛି ।

ଯାହା ବି ହେଉ, ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଆକର୍ଷଣ ପାଲଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ, ଏହାକୁ ୨୨ହଜାର ୭ଶହରୁ ଅଧିକ ଲୋକ ଦେଖିସାରିଲେଣି । ଜଣେ ଉପଭୋକ୍ତା କହିଛନ୍ତି, “ ଏହା ଏକ ଡିଏସଓଆଇ ମେନୁ ପରି ଦେଖାଯାଉଛି। ବହୁତ ବଢ଼ିଆ ! ବେଙ୍ଗାଲୁରୁରେ ଆମେ ୫୦୦ଟଙ୍କା ଦେଇ କିଙ୍ଗଫିସର ପାଉଛୁ ।”

Comments are closed.