Latest Odisha News

BREAKING NEWS

ହାତ ଧରିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ !

ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଇ ପାରନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ନେତା ଅମୀୟ ପାଣ୍ଡବଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ପରେ ରାଜ୍ୟ ରାଜନୀତିକୁ ଏହା ଖୋରାକ୍ ଯୋଗାଇଛି । ହେଲେ ବିଜୟ ପଟ୍ଟନାୟକ କଂଗ୍ରେସରେ ସାମିଲ୍ ହେବେ କି ନା ସେ ନେଇ କିଛି ମନ୍ତବ୍ୟ ଦେଇ ନାହାନ୍ତି ।

ପ୍ରାୟ ୬ ବର୍ଷ ଧରି ନବୀନ ସରକାରରେ ପ୍ରମୁଖ ଶାସନ ସଚିବ ପଦରେ ଥିଲେ ବିଜୟ ପଟ୍ଟନାୟକ । ୧୯୭୬ ବ୍ୟାଚର ଆଇଏଏସ୍ ଅଧିକାରୀ ବିଜୟ ପଟ୍ଟନାୟକ ୩୭ ବର୍ଷର ସେବା ପରେ ୨୦୧୩ ମସିହାରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଅବସର ଗ୍ରହଣ କରିଥିଲେ ।

୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ବିଜୟ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ । ୨୦୧୦ରୁ ୨୦୧୩ ଯାଏ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଥିଲେ । ଅବସର ପରେ ୨୦୧୩-୧୪ରେ ସରକାର ବିଜୟଙ୍କୁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ।

ପରେ ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ହୋଇଥିଲେ । ୨୦୨୨ ମେ ମାସରେ ମଧ୍ୟ ବିଜୟ କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ହୋଇଥିଲା । ସେତେବେଳେ ସେ ରାଜନୀତିରେ ଆଗ୍ରହ ନଥିବା କହିଥିଲେ ।

Leave A Reply

Your email address will not be published.