Latest Odisha News

BREAKING NEWS

ଶନି ଦେବତାଙ୍କୁ ମନ୍ତ୍ରୀ ଦାନ କଲେ କୋଟିଏ ଟଙ୍କାର ସୁନା କଳସ !

ଝାରସୁଗୁଡା: ଚଳିତ ସପ୍ତାହରେ ଶନି ଚଳନ ଆରମ୍ଭ ହୋଇଛି। ଅନେକ ଲୋକ ଘରେ ଶନି ଓ ମନ୍ଦିରରେ ଶନି ପୂଜା କରିଛନ୍ତି। ଏହାରି ଭିତରେ ଏକ ଖବର ଆସିଛି ଜଣେ ଓଡ଼ିଆ ମହାରାଷ୍ଚ୍ରରେ ଶନି ଶିଙ୍ଗଣାପୁର ମନ୍ଦିରରେ କୋଟିଏ ଟଙ୍କାର ଏକ ସୁନା କଳସ ଦାନ କରିଛନ୍ତି। ତେବେ କିଏ ଏହି ଦାନ କରିଛନ୍ତି ସେ ନେଇ ମନ୍ଦିର ତରଫରୁ କୌଣସି ସୂଚନା ମିଳିନାହିଁ।

ଏହାରି ଭିତରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ତଥା ଝାରସୁଗୁଡା ବିଧାୟକ ନବ ଦାସଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ମନ୍ତ୍ରୀ ଦାସ କଳା କପଡା ପିନ୍ଧି ଏକ ମନ୍ଦିରରେ ପୂଜା କରୁଥିବାର ଦେଖିବାକୁ ମିଳିଛି। ଫଟୋରେ ତାଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ରହିଛନ୍ତି। ଏଥିସହ ଫଟୋରେ ଏକ ସୁନା କଳସ ମଧ୍ୟ ଥିବା ଦେଖିବାକୁ ମିଳିଛି। ଶନିବାର ସ୍ବାସ୍ଥ୍ୟମନ୍ତ୍ରୀ ଏହି ପୂଜା କରିଥିବା ଜଣାପଡିଛି। କିନ୍ତୁ ବିଧାୟକ ଦାସଙ୍କ ଏହା କେଉଁଠିକାର ଫଟୋ ସେ ନେଇ କୌଣସି ସୂଚନା ମିିଳିନାହିଁ କି ବିଧାୟକଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ମିଳିଥିବା ସୂଚନା ଅନୁସାରେ ଏହି ସୁନା କଳସରେ ଶ୍ରୀ ଶନେଶ୍ବରାୟ ନମଃ ଲେଖା ହୋଇଛି। ଏଥିସହ ଶନିଦେବଙ୍କ ମନ୍ତ୍ର ଲେଖା ହୋଇଛି। ଏହି ସୁନା କଳସରେ ୯ ଲିଟର ପର୍ଯ୍ୟନ୍ତ ତେଲ ରହିପାରିବ। ଏହି କଳସ ତିଆରିରେ ୭୦୦ ଗ୍ରାମ ସୁନା ଓ ୫ କେଜି ରୂପା ବ୍ୟବହାର ହୋଇଥିବା ସୂଚନା ରହିଛି।

 

 

Leave A Reply

Your email address will not be published.