Latest Odisha News

BREAKING NEWS

ବୈଭବମୟ ବିଜୟ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଭାରତକୁ ଷଷ୍ଠ ଟାଇଟଲ

ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଇନିଂସ ବଳରେ ହରାରେରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଭାରତ ଫାଇନାଲରେ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରି ଚାମ୍ପିୟନ ହୋଇଛି । ୧୯ ବର୍ଷରୁ କମ ବିଭାଗରେ ଭାରତର ଏହା ଷଷ୍ଠ ଟାଇଟଲ । ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ ହରାଇ ୪୧୧ ରନ କରିଥିଲା । ବୈଭବ ୮୦ ବଲରେ ୧୭୫ ରନ କରିଥିଲେ । ଅଧିନାୟକ ଆୟୂଷ ମାହାତ୍ରେ ୫୩ ରନର ଉପଯୋଗୀ ଇନିଂସ ଖେଳିଥିଲେ । ଇଂଲଣ୍ଡ ପକ୍ଷରୁ ସେବାଷ୍ଟିୟନ ମାର୍ଗନ ଓ ଏଲେକ୍ସ ଗ୍ରୀନ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

୪୧୨ ରନର ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୪୦.୨ ଓଭରରେ ୩୧୧ରେ ଅଲଆଉଟ ହୋଇ ଯାଇଥିଲା । କାଲେବ ଫଲକନର ୬୭ ବଲରେ ୧୧୫ ରନ କରିଥିଲେ ମଧ୍ୟ ତାହା ଦଳର ବିଜୟ ହାସଲ ପାଇଁ ଯଥେଷ୍ଟ ହୋଇ ନ ଥିଲା । ବେନ ଡକିନ୍ସ ୬୬ ରନ ଯୋଗ କରିଥିଲେ । ଭାରତ ପକ୍ଷରୁ ଆରଏସ ଅମ୍ବରୀଶ ୩ଟି ୱିକେଟ ନେଇଥିଲେ । ଦୀପେଶ ଦେବେନ୍ଦ୍ରନ ଓ କନିଷ୍କ ଚୌହ୍ୱାନ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ବୈଭବ ପ୍ଲେୟାର ଅଫ ଦି ମ୍ୟାଚ ଓ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.