Latest Odisha News

BREAKING NEWS

ରେଳ ଷ୍ଟେସନରେ ନିର୍ମାଣାଧୀନ ଲିଣ୍ଟେଲ୍ ଭୁଶୁଡ଼ିଲା, ଭଗ୍ନାବଶେଷ ତଳେ ଅନେକ ଶ୍ରମିକ

କନୌଜ: କନୌଜ ରେଳ ଷ୍ଟେସନରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। ଷ୍ଟେସନ ନିର୍ମାଣ କାର୍ଯ୍ୟ ସମୟରେ ଲିଣ୍ଟେଲ୍ ଭୁଶୁଡ଼ି ପଡ଼ିବାରୁ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଛନ୍ତି।

ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯାହାପରେ ୫ ଜଣ ଶ୍ରମିକଙ୍କୁ ଭଗ୍ନାବଶେଷ ତଳରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।

ଜେସିବି ସାହାଯ୍ୟରେ ପୋତି ହୋଇଯାଇଥିବା ଅନ୍ୟ ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି। ତେବେ ସ୍ଥାନୀୟ ପ୍ରଶାସନ ଏବଂ ରେଳବାଇର ଅନେକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ଯାନ କରୁଛନ୍ତି। ଅପରପକ୍ଷରେ ଭଗ୍ନାବଶେଷ ତଳୁ ଉଦ୍ଧାର ଆହତ ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।

 

Comments are closed.