Latest Odisha News

BREAKING NEWS

ଭୁବନେଶ୍ୱର ଓ କଟକରେ ନିର୍ଧୁମ ବର୍ଷିଲା, ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା

ଭୁବନେଶ୍ୱର: ଟୁଇନ୍ ସିଟିରେ ୨-୩ ଘଣ୍ଟା ଅବିଶ୍ରାନ୍ତ ବର୍ଷା । ଭୁବନେଶ୍ୱର ଓ କଟକରେ ଭୋରରୁ ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷାରେ ଭୁବନେଶ୍ୱର ହାଲ୍ ବେହାଲ୍ ହୋଇଛି । ଏମିତି ବର୍ଷା ହେଉଥିବା ଯେ ରାସ୍ତାଘାଟ ଦେଖା ଯାଉ ନଥିଲା । ବିଭିନ୍ନ ସ୍ଥାନରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି ।

ବିଶେଷ କରି ନୟାପଲ୍ଲୀ, ଆଚାର୍ଯ୍ୟବିହାର, ଜୟଦେବବିହାର ଆଜି ଅଞ୍ଚଳରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି । ତଳି ଅଞ୍ଚଳରେ ବି ଜମିଛି ବର୍ଷା ପାଣି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି ଲଗାଣ ଦୁଇ ତିନି ଘଣ୍ଟାର ବର୍ଷାରେ କଟକରେ ବି ସୃଷ୍ଟି ହୋଇଛି ଜଳବନ୍ଦୀ ସ୍ଥିତି ।

ଗତ ୨୪ ଘଣ୍ଟା ଭିତରେ ଭୁବନେଶ୍ୱର ସହରରେ ୭୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । କିଟ୍ ଅଞ୍ଚଳରେ ୪୯ ମିଲିମିଟର ଓ ରାଜୀବଭବନ ଅଞ୍ଚଳରେ ୧୭ ମିଲିମିଟର ବର୍ଷିଛି । କଟକ ସହରରେ ୬୯ ମିଲିମିଟର ବର୍ଷା ରେକର୍ଡ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.