Latest Odisha News

BREAKING NEWS

ମାଲକାନଗିରିରେ ହସ୍ପିଟାଲରୁ ଖସିଗଲା ବିଚାରାଧୀନ କଏଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶନିବାର ଦିନ ଜଣେ ବିଚାରାଧୀନ କଏଦୀ ପୋଲିସ ଆଖିରେ ଧୂଳିଦେଇ ଚମ୍ପଟ ମାରିଛି ।

ମିଳିଥିବା ସୂଚନାନୁଯାୟୀ, ନିକଟରେ ବେଆଇନ ଗଞ୍ଜେଇ କାରବାର କରୁଥିବା ଅଭିଯୋଗରେ ରାହୁ ବାରୋଇକୁ ଗିରଫ କରିଥିଲା । ପଚରାଉଚରା ଲାଗି କୋର୍ଟରୁ ରିମାଣ୍ଡରେ ଆଣି ପୋଲିସ ତାକୁ ଜେଲରେ ରଖିଥିଲେ ।

ମାତ୍ର ଶନିବାର ଦିନ ସେ ଅସୁସ୍ଥ ହୋଇପଡ଼ିବାରୁ ତାକୁ ଜେଲ କର୍ତ୍ତୃପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ଲାଗି ଆଣିଥିଲେ । କିନ୍ତୁ ଡ଼ାକ୍ତରଖାନା ପରିସର ମଧ୍ୟରୁ ପୋଲିସ ହାତରୁ ଖସିଯାଇଛି ଏହି ବିଚାରାଧୀନ କଏଦୀ ।

Leave A Reply

Your email address will not be published.