Latest Odisha News

ବିଜେଡିର ନୂତନ କାର୍ଯ୍ୟକର୍ତ୍ତା ନିଯୁକ୍ତ

ଭୁବନେଶ୍ୱର : ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଶନିବାର ଦିନ ଗଦାଧର ମଲ୍ଲିକ ଓ ଦୁଷ୍ମନ୍ତ ମଲ୍ଲିକଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ଓ ବିଜୁ ଯୁବ ଜନତା ଦଳ (ୱାଇଜେଡି)ର ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ।

ଏକ ପ୍ରେସ୍ ବିବୃତ୍ତି ଅନୁଯାୟୀ ଏସ୍ କେ ଲିଆକତ୍ ଅଲ୍ଲୀଙ୍କୁ କେନ୍ଦ୍ରାପଡା ବିଧାନସଭା ନିର୍ବାଚନମଣ୍ଡଳୀର ସମ୍ପାଦକ ଏବଂ ଏସକେ ଗୁଫ୍ରାନଙ୍କୁ କେନ୍ଦ୍ରାପଡା ବିଜୁ ସଂଖ୍ୟାଲଘୁ ସେଲର ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସେହିପରି ନିଶିଥ୍ କରଣ ଏବଂ ମନୋଜ କୁମାର ନାୟକଙ୍କୁ ତିର୍ତ୍ତୋଲ ଓ ଯାଜପୁର ବିଧାନସଭା କ୍ଷେତ୍ରର ଲାଗି ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ଏତଦବ୍ୟତୀତ ସମ୍ପାଦକ ପଦବୀ ଭାବେ ମଧ୍ୟ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ଆହୁରି ମଧ୍ୟ ନବୀନ ଭଦ୍ରକ ବିଜେଡି ନେତା ସୁଧାକର ନନ୍ଦଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହୃତ କରାଯାଇଥିବା ନେଇ ପ୍ରେସ ବିବୃତ୍ତିରୁ ଜଣାପଡିଛି ।

Leave A Reply

Your email address will not be published.