Latest Odisha News

ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ଛତ୍ରପୁର: ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ । ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଆଶୁତୋଷ ନାହାକ । ଏଭଳି ଘଟଣା ଘଟିଛି ଛତ୍ରପୁର ଉପକାରାଗାରରେ । ବିଚାରାଧୀନ କଏଦୀଙ୍କ ଘର ରମ୍ଭା ଅଞ୍ଚଳରେ ।

ଗତ ତିନି ମାସ ତଳେ ସେ କୋଦଳା ଜେଲରୁ ଛତ୍ରପୁର ଉପକାରାଗାରକୁ ଆସିଥିଲେ । ଆଜି ସକାଳୁ କୌଣସି ଧାରୁଆ କାଚ ଦ୍ୱାରା ନିଜ ବେକକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତୁରନ୍ତ ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ କଏଦୀ ଜଣଙ୍କ କେଉଁ କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହାର କାରଣ ଜଣାପଡିନାହିଁ ।

Comments are closed.